ଓଡିଶା ଅସ୍ମିତାର ସୁରକ୍ଷା କବଚ ଥିଲେ ‘ମଧୁବାବୁ’

Apr 28, 2026 - 12:32
 0  1
ଓଡିଶା ଅସ୍ମିତାର ସୁରକ୍ଷା କବଚ ଥିଲେ ‘ମଧୁବାବୁ’

ଚଳଚଞ୍ଚଳ ହୋଇଉଠିଛି କଟକ ଜିଲ୍ଲାର ସତ୍ୟଭାମାପୁର  । କାରଣ ଆଜି ହେଉଛି ଉକôଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ । ଉକôଳ ଗୌବର ସ୍ରଷ୍ଠା ହେଉଛନ୍ତି ମଧୁବାବୁ  । ପ୍ରଥମ ଓଡିଆ ଭାବେ ବିଦେଶ ଯାଇ ପାଠ ପଢିଥିଲେ ସିଏ  । ରାଜ୍ୟ ବାହାରେ ତଥା ଦେଶ ବାହାରେ ନିଜକୁ ପ୍ରତିଷ୍ଠିତ କରିବାର ସମସ୍ତ ସୁଯୋଗକୁ ଏଡାଇ ନିଜ ଜନ୍ମଭୂମିକୁ କର୍ମକ୍ଷେତ୍ର କରିବା ପାଇଁ ଫେରିଆସିଥିଲେ ଓଡିଶାକୁ  । କଟକ ର ସତ୍ୟଭାମାପୁର ପାଲଟିଥିଲା ମଧୁବାବୁଙ୍କର କର୍ମକ୍ଷେତ୍ର  । ଜଗନ୍ନାଥ ମହାପ୍ରଭୁଙ୍କ ପରମ୍ପରାର ସୁରକ୍ଷା, ଓଡ଼ିଆ ଜାତିର ଅସ୍ତିତ୍ବ ପ୍ରତି ସୃଷ୍ଟି ହୋଇଥିବା ଅନେକ ବିପଦ ସମୟରେ ସୁରକ୍ଷା କବଚ ପାଲଟିଥିଲେ ମଧୁବାବୁ । ମଧୁ ବାବୁଙ୍କୁ ଓଡ଼ିଆ ଜାତିର ପିତା କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। 

What's Your Reaction?

like

dislike

love

funny

angry

sad

wow