ଓବିସିସିର କଟକ ସର୍କଲ ଅତିରିକ୍ତ ମୁଖ୍ଯଯନ୍ତ୍ରୀ ପ୍ରଦୀପ ରଥ ଗିରଫ
![ଓବିସିସିର କଟକ ସର୍କଲ ଅତିରିକ୍ତ ମୁଖ୍ଯଯନ୍ତ୍ରୀ ପ୍ରଦୀପ ରଥ ଗିରଫ](https://kalingascroll.in/uploads/images/202408/image_870x_66b1d5fd2a0a8.jpg)
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ଗତକାଲି ପ୍ରଦୀପଙ୍କ ପୈତୃକ ଘର ଆଗରପଡ଼ା ସମେତ କଟକ,ଖୋର୍ଦ୍ଧା,ଭଦ୍ରକ ,ଯାଜପୁର ଓ ଭୁବନେଶ୍ୱରର ୧୨ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଚଢ଼ାଉ ବେଳେ ଯନ୍ତ୍ରୀଙ୍କଠାରୁ ମିଳିଛି ୧ କୋଟି ୬୨ ଲକ୍ଷ ଟଙ୍କାର ନଗଦ ଜମା , ୪୫ ପ୍ଲଟ୍ ୧ କେଜି ସୁନା । ସେହିପରି ଭୁବନେଶ୍ବରରେ ରହିଛି ଦୁଇଟି ଦାମୀ ପ୍ଲଟ । ପ୍ରଦୀପଙ୍କର ଗୋଟିଏ ଔଷଧ ଦୋକାନ , ଗୋଟିଏ କ୍ରସର ୟୁନିଟ ମଧ୍ଯ ରହିଛି । ଏହାସହିତ ୮୮ ଲକ୍ଷ ଟଙ୍କାର ସ୍ଥାୟୀ ଜମା, ଗୋଟିଏ କାର, ୨ଟି ଜେସିବି ଓ ଗୋଟିଏ ଏସ୍କାଭେଟର ମଧ୍ଯ ଠାବ କରିଛି ଭିଜିଲାନ୍ସ ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)