କାନ୍ଦବୋବାଳିରେ ଫାଟିପଡ଼ୁଛି ଏସସିବି ପରିସର

Mar 16, 2026 - 11:55
 0  2
କାନ୍ଦବୋବାଳିରେ ଫାଟିପଡ଼ୁଛି ଏସସିବି ପରିସର

କଟକ ଏସସିବି ହାସପାତାଳରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ଏଥିରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ସଙ୍କଟାପନ୍ନ ରହିଛି ୫ ରୋଗୀଙ୍କ ଅବସ୍ଥା। ମଧ୍ୟରାତ୍ର ସମୟରେ ଟ୍ରମା କେୟାର  ICUରେ ଘଟିଛି ଏହି ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ସମୟରେ ଟ୍ରମା କେୟାର ଆଇସିୟୁରେ ଥିଲେ ୨୩ ରୋଗୀ । ଅଗ୍ନିକାଣ୍ଡ ପରେ ICUରେ ଉପୁଜିଛି ସାଂଘାତିକ ସ୍ଥିତି । କାନ୍ଦବୋବାଳିରେ ଫାଟି ପଡୁଛି SCB ପରିସର। ରୋଗୀଙ୍କୁ ଖୋଜୁଛନ୍ତି ସେମାନଙ୍କ ସମ୍ପର୍କୀୟ।ତେବେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ମିଳିଛି ସୂଚନା।  ଅଗ୍ନିକାଣ୍ଡ ସ୍ଥଳ ବୁଲି ଦେଖିବା ସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ଅନ୍ୟପଟେ ଅଗ୍ନିକାଣ୍ଡକୁ ନେଇ ତେଜିଛି ରାଜନୀତି।

What's Your Reaction?

like

dislike

love

funny

angry

sad

wow