ଖଲ୍ଲିକୋଟରେ ବର୍ଷା ସାଙ୍ଗକୁ ପବନର ତାଣ୍ଡବ, ଗଛ ପଡ଼ି ରାସ୍ତା ଅବରୋଧ, ଛିଣ୍ଡିଲା ବିଦ୍ୟୁତ ତାର

Sep 25, 2026 - 12:15
ଖଲ୍ଲିକୋଟରେ ବର୍ଷା ସାଙ୍ଗକୁ ପବନର ତାଣ୍ଡବ, ଗଛ ପଡ଼ି ରାସ୍ତା ଅବରୋଧ, ଛିଣ୍ଡିଲା ବିଦ୍ୟୁତ ତାର

ଖଲ୍ଲିକୋଟ ତାଳପଡ଼ା ଗାଁରେ ଗଛ ପଡ଼ି ବିଦ୍ୟୁତ ତାର ଛିଣ୍ଡିଯାଇଛି । ଫଳରେ ତାଳପଡ଼ା-ପୁସ୍ତପୁର ରାସ୍ତାରେ ଯାତାୟାତ ବନ୍ଦ ରହିଛି । ସେହିପରି କଞ୍ଚଣା ଅଞ୍ଚଳରେ ଏକ ବିରାଟ ଗଛ ରାଜ୍ୟ ରାଜପଥ-୩୦ ଉପରେ ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । 

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ଜାରି ରହିଛି । ବର୍ଷା ଓ ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ସହ ରାସ୍ତା ଅବରୋଧ ହୋଇଛି ।

ଖଲ୍ଲିକୋଟ ତାଳପଡ଼ା ଗାଁରେ ଗଛ ପଡ଼ି ବିଦ୍ୟୁତ ତାର ଛିଣ୍ଡିଯାଇଛି । ଫଳରେ ତାଳପଡ଼ା-ପୁସ୍ତପୁର ରାସ୍ତାରେ ଯାତାୟାତ ବନ୍ଦ ରହିଛି । ସେହିପରି କଞ୍ଚଣା ଅଞ୍ଚଳରେ ଏକ ବିରାଟ ଗଛ ରାଜ୍ୟ ରାଜପଥ-୩୦ ଉପରେ ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ବିଭିନ୍ନ ସ୍ଥାନରେ ଗଛ ପଡ଼ିବା ଓ ବିଦ୍ୟୁତ ତାର ଛିଣ୍ଡିବା ଯୋଗୁଁ ଲୋକେ ଅସୁବିଧାରେ ପଡ଼ିଛନ୍ତି । ରାସ୍ତା ସଫା କରି ଯାତାୟାତ ସ୍ୱାଭାବିକ କରିବାକୁ ପ୍ରଶାସନ ଓ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରହିଛି । 

What's Your Reaction?

like

dislike

love

funny

angry

sad

wow