ଗଭୀର ଅବପାତର ପ୍ରଭାବ, ଦକ୍ଷିଣ ଓ ପଶ୍ଚିମରେ ଆଗାମୀ ଦୁଇଦିନ ପ୍ରବଳ ବର୍ଷା

Sep 24, 2026 - 12:21
ଗଭୀର ଅବପାତର ପ୍ରଭାବ, ଦକ୍ଷିଣ ଓ ପଶ୍ଚିମରେ ଆଗାମୀ ଦୁଇଦିନ ପ୍ରବଳ ବର୍ଷା

ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ବରଗଡ଼, ବଲାଙ୍ଗୀରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ୯ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ଆସନ୍ତାକାଲି ପାଇଁ ବି ୧୧ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ାକୁ ଅରେଞ୍ଜ ୱାଣ୍ଣିଂ ଜାରି କରାଯାଇଛି। ସେହିପରି ୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।  

 ଗଭୀର ଅବପାତ ପ୍ରଭାବରେ ଲାଗିରହିଛି ବର୍ଷା। ୨୬ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି। ବିଶେଷ ଭାବରେ ଦକ୍ଷିଣ ଓ ପଶ୍ଚିମରେ ପ୍ରବଳ ବର୍ଷା ଜାରି ରହିବ। ଆଜି ଅତି ଭୀଷଣ ବର୍ଷା ନେଇ ନବରଙ୍ଗପୁରକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ବରଗଡ଼, ବଲାଙ୍ଗୀରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ୯ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆସନ୍ତାକାଲି ପାଇଁ ବି ୧୧ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ାକୁ ଅରେଞ୍ଜ ୱାଣ୍ଣିଂ ଜାରି କରାଯାଇଛି। ସେହିପରି ୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 

ଅନ୍ୟପଟେ  ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ଥିବା ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ମନ୍ଥର ଗତିରେ ଘଣ୍ଟା ପ୍ରତି ୩ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି, ଗତକାଲି ରାତି ୧୧ଟା ରୁ ଆଜି ରାତି ଗୋଟାଏ ମଧ୍ୟରେ କାଳିଙ୍ଗପାଟ୍ଟନମର ଦକ୍ଷିଣ-ପଶ୍ଚିମ ଦିଗ ନିକଟରେ ଉପକୂଳ ଅତିକ୍ରମ କରିଛି। ଏହି ସମୟରେ ଏହାର ସର୍ବାଧିକ ସ୍ଥାୟୀ ପବନର ବେଗ ଘଣ୍ଟା ପ୍ରତି ୫୫-୬୫ କିମି ଓ ଝଟକା ପବନର ବେଗ ଘଣ୍ଟା ପ୍ରତି ୭୫ କିମି ରହିଥିଲା କ୍ଷ ପରବର୍ତ୍ତୀ ସମୟରେ ଏହା ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଜି ସକାଳ ୫ଟା ୩୦ ମିନିଟ୍ ସମୟରେ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ କେନ୍ଦ୍ରୀଭୂତ ହୋଇ ରହିଥିଲା। ଏହା ବର୍ତମାନ କାଳିଙ୍ଗପଟ୍ଟନମରୁ ପ୍ରାୟ ପଶ୍ଚିମରେ ୫୦ କିମି ଏବଂ ଗୋପାଳପୁର ଦକ୍ଷିଣ-ପଶ୍ଚିମରେ ୧୭୦ କିମି କେନ୍ଦ୍ରୀଭୂତ ରହିଛି। ଏହା ଆଗାମୀ ୧୨ ଘଣ୍ଟା ପର୍ୟ୍ୟନ୍ତ ଏହା ଗଭୀର ଅବପାତର ତୀବ୍ରତା ବଜାୟ ରଖି ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହା ପରେ, ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ କ୍ରମଶଃ ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି।  

What's Your Reaction?

like

dislike

love

funny

angry

sad

wow