ଗାଡ଼ି ଚେକିଂ ବେଳେ ଧରାପଡ଼ିଲା ହାତୀ ଦାନ୍ତ! ଛେଣ୍ଡିପଦାରେ ଜଣେ ଗିରଫ, ବାଇକ୍ ଜବତ

Sep 18, 2026 - 13:57
ଗାଡ଼ି ଚେକିଂ ବେଳେ ଧରାପଡ଼ିଲା ହାତୀ ଦାନ୍ତ! ଛେଣ୍ଡିପଦାରେ ଜଣେ ଗିରଫ, ବାଇକ୍ ଜବତ

ଛେଣ୍ଡିପଦା ବାଗାଡ଼ିଆ ଛକରେ ଗାଡ଼ି ଯାଞ୍ଚ ବେଳେ ଜଣେ ବ୍ୟକ୍ତିଙ୍କଠାରୁ ୩ କିଲୋ ୧୮ ଗ୍ରାମର ସନ୍ଦିଗ୍ଧ ହାତୀ ଦାନ୍ତ ଜବତ ହୋଇଛି। ଘଟଣାରେ ଜଣେ ଗିରଫ ହୋଇଥିବା ବେଳେ ବାଇକ୍ ମଧ୍ୟ ଜବତ କରିଛି ପୁଲିସ। 

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ପୁଲିସକୁ ବଡ଼ ସଫଳତା । ଗାଡ଼ି ଯାଞ୍ଚ ବେଳେ ଜଣେ ବ୍ୟକ୍ତିଙ୍କ ନିକଟରୁ ସନ୍ଦିଗ୍ଧ ହାତୀ ଦାନ୍ତ ଜବତ କରିଛି ପୋଲିସ୍ । ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ ରଖି ତଦନ୍ତ କରାଯାଉଛି ।ଗୁରୁବାର ରାତିରେ ଛେଣ୍ଡିପଦା ଥାନା ପୁଲିସ ବାଗାଡ଼ିଆ ଛକ ନିକଟରେ ଗାଡ଼ି ଯାଞ୍ଚ କରୁଥିଲା । ଏହି ସମୟରେ ଏକ ବାଇକ୍ ରେ ଯାଉଥିବା ବାଗେଡ଼ିଆ ଅଞ୍ଚଳର ସୁକାନ୍ତ ପ୍ରଧାନ ଓରଫ ରଞ୍ଜନଙ୍କୁ ଯାଞ୍ଚ କରିଥିଲା ପୋଲିସ ।ତାଙ୍କ ନିକଟରୁ ପ୍ରାୟ ୩ କିଲୋ ୧୮ ଗ୍ରାମ ଓଜନର ଏକ ସନ୍ଦିଗ୍ଧ ହାତୀର  ଦାନ୍ତ ଜବତ ହୋଇଥିଲା ।

ଏହି ବନ୍ୟଜନ୍ତୁ ସାମଗ୍ରୀ ରଖିବା କିମ୍ବା ପରିବହନ ପାଇଁ ସୁକାନ୍ତ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ ।ଫଳରେ ପୋଲିସ ସନ୍ଦିଗ୍ଧ ହାତୀ ଦାନ୍ତ ସହ ବାଇକ୍ କୁ ଜବତ କରିଛି । ଘଟଣା ସମ୍ପର୍କରେ ବନ ବିଭାଗକୁ ଅବଗତ କରାଯାଇଥିବା ବେଳେ, ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁସାରେ ଆବଶ୍ୟକ ଆଇନଗତ ପଦକ୍ଷେପ ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

ବନ୍ୟଜନ୍ତୁ ଅପରାଧ ରୋକିବା ସହ ବନ୍ୟଜନ୍ତୁଙ୍କ ଅବୈଧ ସାମଗ୍ରୀ ଚାଲାଣ ଉପରେ ଛେଣ୍ଡିପଦା ପୋଲିସର ନଜର ରହିଛି । ଏହି ହାତୀ ଦାନ୍ତ କାରବାର ଦିର୍ଘ ଦିନ ହେବ  ବନବିଭାଗ ଓ ପୋଲିସ କର୍ମଚାରୀ ଜାନ୍ତରେ ହେଉଥିବା ସାଧାରଣ ରେ ଚର୍ଚ୍ଚା ଯୋର ଧରୀଛି । ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ସତ ପଦାକୁ ଆସିବ ବୋଲି ଲୋକମାନେ କହୁଛନ୍ତି।

What's Your Reaction?

like

dislike

love

funny

angry

sad

wow