ଗୋଟିଏ ବଲ୍ ନଖେଳି ସେମିଫାଇନାଲ୍ରେ ବାଂଲାଦେଶ, ଭାରତ ସହ ହୋଇପାରେ ମୁକାବିଲା
ଟୁର୍ଣ୍ଣାମେଣ୍ଟ ନିୟମ ଅନୁଯାୟୀ କ୍ୱାର୍ଟର ଫାଇନାଲ୍ରେ ମ୍ୟାଚ୍ର ଫଳାଫଳ ନବାହାରିଲେ ଉନ୍ନତ ଟି-୨୦ ଅନ୍ତର୍ଜାତୀୟ ରାଙ୍କିଙ୍ଗ୍ରେ ଥିବା ଦଳ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବ। ଚୀନଠାରୁ ବାଂଲାଦେଶର ରାଙ୍କିଙ୍ଗ୍ ଭଲ ଥିବାରୁ ନିଗାର ସୁଲତାନାଙ୍କ ଦଳ ସିଧାସଳଖ ସେମିଫାଇନାଲ୍ ଟିକେଟ୍ ପାଇଛି।
ଏସିଆନ୍ ଗେମ୍ସ ୨୦୨୬ ମହିଳା କ୍ରିକେଟ୍ରେ ବିନା ଗୋଟିଏ ବଲ୍ ଖେଳି ସେମିଫାଇନାଲ୍ରେ ପହଞ୍ଚିଛି ବାଂଲାଦେଶ। ଗୁରୁବାର ବାଂଲାଦେଶ ଓ ଚୀନ ମଧ୍ୟରେ ହେବାକୁ ଥିବା କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଓଦା ଆଉଟଫିଲ୍ଡ କାରଣରୁ ବାତିଲ ହୋଇଛି। ମ୍ୟାଚ୍ରେ ଟସ୍ ମଧ୍ୟ ହୋଇପାରିନଥିଲା। ଗତ କିଛିଦିନ ଧରି ଲଗାତାର ବର୍ଷା କାରଣରୁ କୋରୋଗୀ ସ୍ପୋର୍ଟ୍ସ ପାର୍କର ଆଉଟଫିଲ୍ଡରେ ପ୍ରବଳ ଆର୍ଦ୍ରତା ରହିଥିଲା। ଗୁରୁବାର ସକାଳେ ବର୍ଷା ହୋଇନଥିଲେ ମଧ୍ୟ ପଡ଼ିଆ ଖେଳିବା ଯୋଗ୍ୟ ହୋଇପାରିନଥିଲା। ଅମ୍ପାୟାରମାନେ ଏକାଧିକ ଥର ପଡ଼ିଆ ଯାଞ୍ଚ କରିବା ପରେ ମ୍ୟାଚ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ।
ଟୁର୍ଣ୍ଣାମେଣ୍ଟ ନିୟମ ଅନୁଯାୟୀ କ୍ୱାର୍ଟର ଫାଇନାଲ୍ରେ ମ୍ୟାଚ୍ର ଫଳାଫଳ ନବାହାରିଲେ ଉନ୍ନତ ଟି-୨୦ ଅନ୍ତର୍ଜାତୀୟ ରାଙ୍କିଙ୍ଗ୍ରେ ଥିବା ଦଳ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବ। ଚୀନଠାରୁ ବାଂଲାଦେଶର ରାଙ୍କିଙ୍ଗ୍ ଭଲ ଥିବାରୁ ନିଗାର ସୁଲତାନାଙ୍କ ଦଳ ସିଧାସଳଖ ସେମିଫାଇନାଲ୍ ଟିକେଟ୍ ପାଇଛି। ଏବେ ସେମିଫାଇନାଲ୍ରେ ବାଂଲାଦେଶ ସାମ୍ନାରେ ଭାରତର ଚ୍ୟାଲେଞ୍ଜ ଆସିପାରେ। ସେପ୍ଟେମ୍ବର ୧୮ରେ ଭାରତ ଓ ଜାପାନ ମଧ୍ୟରେ କ୍ୱାର୍ଟର ଫାଇନାଲ୍ ଖେଳାଯିବ। ଏହି ମ୍ୟାଚ୍ର ବିଜେତା ସେପ୍ଟେମ୍ବର ୨୦ରେ ବାଂଲାଦେଶକୁ ଭେଟିବ।
ଏସିଆନ୍ ଗେମ୍ସରେ ବାଂଲାଦେଶ ମହିଳା ଦଳର ରେକର୍ଡ ମଧ୍ୟ ଭଲ ରହିଛି। ୨୦୧୦ ଓ ୨୦୧୪ରେ ଦଳ ରୌପ୍ୟ ପଦକ ଏବଂ ୨୦୨୩ରେ କାଂସ୍ୟ ପଦକ ଜିତିଥିଲା। ଏଥର ଦଳ ପାଖରେ ଲଗାତାର ଚତୁର୍ଥ ଏସିଆନ୍ ଗେମ୍ସରେ ପଦକ ଜିତିବାର ସୁଯୋଗ ରହିଛି।
What's Your Reaction?