‘ଘାଟି’ ଚଳଚ୍ଚିତ୍ରରେ ନଜର ଆସିବେ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ

Dec 16, 2024 - 15:08
 0  19
‘ଘାଟି’ ଚଳଚ୍ଚିତ୍ରରେ ନଜର ଆସିବେ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ

‘ବାହୁବଲୀ’ ଚଳଚ୍ଚିତ୍ରରେ ଦେବସେନା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍‌ କରିଥିବା ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କୁ ଆଗାମୀ ଦିନରେ ଦେଖିବାକୁ ମିଳିବ ‘ଘାଟି’ ଚଳଚ୍ଚିତ୍ରରେ। ରବିବାର ଚଳଚ୍ଚିତ୍ର ନିର୍ମାତାଙ୍କ ପକ୍ଷରୁ ଏହି ଆକ୍ସନ କ୍ରାଇମ୍‌ ଡ୍ରାମା ଫିଲ୍ମର ଏକ ପୋଷ୍ଟର ରିଲିଜ୍‌ କରାଯାଇ ଫିଲ୍ମର ରିଲିଜ୍‌ ତାରିଖ ଉପରୁ ଉଠାଯାଇଛି ପରଦା।ଅନୁଷ୍କାଙ୍କ ଆଗାମୀ ଚଳଚ୍ଚିତ୍ର ‘ଘାଟି’ ଆସନ୍ତା ବର୍ଷ ଏପ୍ରିଲ ୧୮ରେ ଆସିବ ପରଦାକୁ। ଅନୁଷ୍କା କିପରି ଜଣେ ପୀଡିତା ମହିଳାରୁ ଏକ ଆପରାଧିକ ଗ୍ୟାଙ୍ଗ୍‌ର ମାଷ୍ଟର ମାଇଣ୍ଡ ଭାବେ ପରିଣତ ହେଉଛନ୍ତି, ତାହାକୁ ନେଇ ଏହି ଫିଲ୍ମର କାହାଣୀ ଗତି କରିଛି। ଚଳଚ୍ଚିତ୍ରରେ ଅନୁଷ୍କା ଶତ୍ରୁମାନଙ୍କର ସଂହାର କରୁଥିବା ନଜରକୁ ଆସିବେ। ଫିଲ୍ମରେ ଅନୁଷ୍କାଙ୍କର ଅନେକ ଆକ୍ସନ ଦୃଶ୍ୟ ଦେଖିବାକୁ ମିଳିବ। କ୍ରିଶ୍‌ ଜଗରଲାମୁଦିଙ୍କ ନିର୍ଦ୍ଦେଶନା ଏବଂ ରାଜୀବ ରେଡ୍ଡୀ ଓ ସାଇ ବାବୁ ଜଗରଲାମୁଦିଙ୍କ ପ୍ରଯୋଜନାରେ ହେବାକୁ ଥିବା ଏହି ଫିଲ୍ମରେ ଅଭିନେତ୍ରୀ ରମ୍ୟା କ୍ରିଷ୍ଣନ ଓ ଅଭିନେତା ଜଗପଥି ବାବୁ ମଧ୍ୟ ନଜରକୁ ଆସିବେ। ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଜାରି ପୋଷ୍ଟରରେ ଅନୁଷ୍କା ଛୁରି ଧରିଥିବା ସହ ତାଙ୍କ ମୁହଁରେ ରକ୍ତଛିଟା ଲାଗିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟ’ର କ୍ୟାପ୍‌ଶନରେ ଲେଖାଯାଇଛି, କୁଇନ୍‌ ଅନୁଷ୍କା ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହ ବକ୍ସ ଅଫିସରେ ପୁଣି ଥରେ ରାଜ୍‌ କରିବାକୁ ଯାଉଛନ୍ତି। ‘ଘାଟି’ ଫିଲ୍ମ ତେଲୁଗୁ, ତାମିଲ, କନ୍ନଡ, ମାଲୟାଲମ ଓ ହିନ୍ଦୀ ଭାଷାରେ ରିଲିଜ୍‌ ହେବ। ଫିଲ୍ମର ରିଲିଜ୍‌ ତାରିଖ ସାମ୍‌ନାକୁ ଆସିବା ପରେ ଅନୁଷ୍କାଙ୍କ ଆକ୍ସନ ଅବତାର ଦେଖିବାକୁ ତାଙ୍କ ପ୍ରଶଂସକମାନେ ଉତ୍ସାହର ସହ ଅନାଇ ବସିଛନ୍ତି।

What's Your Reaction?

like

dislike

love

funny

angry

sad

wow