ବ୍ୟାନ ହେଇପାରେ Bigg Boss OTT 3

Jul 23, 2024 - 16:36
 0  5
ବ୍ୟାନ  ହେଇପାରେ Bigg Boss OTT 3

ବିଗ୍‌ ବସ୍‌ ଓଟିଟି ସିଜିନ୍‌ରେ ଅରମାନ ମଲିକ-କ୍ରିତିକା ମଲିକଙ୍କ ବିଷୟରେ ହେଉଛି ଚର୍ଚ୍ଚା। ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା ପରେ ତାଙ୍କୁ ବହୁତ ସମାଲୋଚନା କରାଯାଇଥିଲା । ବର୍ତ୍ତମାନ ଶିବସେନା ନେତା ମନୀଷା କାୟାନ୍ଦେ ବିଗ୍‌ ବସ୍‌ ଓଟିଟି ୩ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି।ଶିବସେନାର ଜଣେ ବିଧାନ ପରିଷଦ ସଦସ୍ୟ ମନୀଷା କାୟାନ୍ଦେ ରିୟଲିଟି ଶୋ ବିଗ୍‌ ବସ୍‌’ର ଟେଲିକାଷ୍ଟ ବନ୍ଦ କରିବାକୁ ଦାବି କରିଛନ୍ତି। ଶୋ’ରେ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରିତ ହୋଇଥିବା ମନୀଷା ଦାବି କରିଛନ୍ତି।ଶିବସେନା ନେତା ଏକ ଜାରି କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ ବିଗ୍‌ ବସ୍‌ ଓଟିଟି ଉପରେ ପ୍ରତିବନ୍ଧକ ଲଗାଯାଉ। ସେ ମୁମ୍ବାଇ ପୋଲିସ କମିଶନର ବିବେକ ଫାନ୍ସଲକରଙ୍କୁ ଭେଟି ଶୋ’ର ଟେଲିକଷ୍ଟ ବନ୍ଦ କରିବାକୁ ଦାବି କରିଛନ୍ତି। ମନୀଷା କହିଛନ୍ତି ଯେ ଜୁଲାଇ ୧୮ରେ ପ୍ରସାରିତ ହୋଇଥିବା ଏପିସୋଡରେ ଜଣେ ପ୍ରତିଯୋଗୀ ଅରମାନ ମଲିକଙ୍କୁ ବିଗ୍‌ ବସ୍‌ର ଶୋଇବା ଘରେ କ୍ରିତିକା ମଲିକଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତରେ ଦେଖାଯାଇଥିଲେ। ଏହି ଦମ୍ପତି ମାନବ ସମ୍ପର୍କ ଏବଂ ସାମାଜିକ ଆଦର୍ଶର ସମସ୍ତ ସୀମା ଅତିକ୍ରମ କରିଛନ୍ତି। ପିଲାମାନେ ମଧ୍ୟ ଏହି ଶୋ ଦେଖନ୍ତି ଯାହା ସେମାନଙ୍କ ଉପରେ ମଧ୍ୟ ପ୍ରଭାବ ପକାଇବ।

What's Your Reaction?

like

dislike

love

funny

angry

sad

wow