ଚିଲିକାରେ ମାଛ ଧରୁଥିଲେ, ଚାଲିଗଲା ଜୀବନ! ବର୍ଷା-ପବନ ସାଜିଲା କାଳ

Sep 24, 2026 - 11:57
ଚିଲିକାରେ ମାଛ ଧରୁଥିଲେ, ଚାଲିଗଲା ଜୀବନ! ବର୍ଷା-ପବନ ସାଜିଲା କାଳ

ମାଛ ଧରୁଥିବା ବେଳେ ଚାଲିଗଲା ଜୀବନ । ଚିଲିକା ଭିତରେ ମାଛ ଧରୁଥିବା ବେଳେ ଚାଲି ଯାଇଛି ମତ୍ସ୍ୟଜୀବୀଙ୍କ ଜୀବନ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଂଳାକୁଦା ଗାଁ ରେ ଘଟିଛି ଅଘଟଣ । 

 ମାଛ ଧରୁଥିବା ବେଳେ ଚାଲିଗଲା ଜୀବନ । ଚିଲିକା ଭିତରେ ମାଛ ଧରୁଥିବା ବେଳେ ଚାଲି ଯାଇଛି ମତ୍ସ୍ୟଜୀବୀଙ୍କ ଜୀବନ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଂଳାକୁଦା ଗାଁ ରେ ଘଟିଛି ଅଘଟଣ । ପ୍ରବଳ ବର୍ଷା ପବନ ବେଳେ ଡଙ୍ଗାରୁ ଖସି ପଡ଼ିଥିଲେ ୫୫ ବର୍ଷୀୟ ମୂଲିଆ ପରିଡ଼ା। ରାତି ଅନ୍ଧାରରେ କିଛି ଜଣା ପଡ଼ି ନଥିଲା । ଏବେ ଘର ଲୋକେ ଖୋଜିବା ପରେ ଘଟଣା ଜଣା ପଡ଼ିଥିଲା ।

କିଛି ସମୟ ପରେ ମୃତଦେହ ଚିଲିକା ପାଣିରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରିଥିଲେ ସ୍ଥାନିତ ମତ୍ସ୍ୟଜୀବୀ ।  ଭୟଙ୍କର ପବନ ଓ ବର୍ଷା ତାଙ୍କ ପାଇଁ କାଳ ସାଜିଥିଲା। ଏବେ ତାଙ୍କ ମୃତଦେହକୁ ଉଦ୍ଧାର କରି ଡଙ୍ଗାରେ ରଖିଛନ୍ତି ସ୍ଥାନୀୟ ଲୋକେ ।

What's Your Reaction?

like

dislike

love

funny

angry

sad

wow