ଜାତିସଂଘରୁ ଇରାନକୁ ଟ୍ରମ୍ପଙ୍କ ଧମକ! ‘ଶୀଘ୍ର ଡିଲ୍ କର, ନହେଲେ ନର୍କ’
ଜାତିସଂଘରୁ ଇରାନକୁ ଟ୍ରମ୍ପଙ୍କ ଧମକ । ଡିଲ୍ କର ନଚେତ୍ ଶୀଘ୍ର ଇରାନକୁ ନର୍କକୁ ଠେଲିଦିଅ । ଜାତିସଂଘ ସାଧାରଣ ସଭାରେ ଏଭଳି ଚେତବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି।ଟ୍ରମ୍ପ କହିଛନ୍ତି, ସେ ଏକ ବଡ଼ ନିଷ୍ପତ୍ତି ନେବାର ଅଛି ।
ଜାତିସଂଘରୁ ଇରାନକୁ ଟ୍ରମ୍ପଙ୍କ ଧମକ । ଡିଲ୍ କର ନଚେତ୍ ଶୀଘ୍ର ଇରାନକୁ ନର୍କକୁ ଠେଲିଦିଅ । ଜାତିସଂଘ ସାଧାରଣ ସଭାରେ ଏଭଳି ଚେତବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି। ଟ୍ରମ୍ପ କହିଛନ୍ତି, ସେ ଏକ ବଡ଼ ନିଷ୍ପତ୍ତି ନେବାର ଅଛି । ଇରାନ ସହ ଏପରି ଡିଲ୍ ହେବ, ଯେଉଁଥିରେ ସେମାନେ ପୁନର୍ନିର୍ମାଣ କରି ପୂର୍ବ ଅପେକ୍ଷା ବହୁତ ବଡ଼ ଓ ଶକ୍ତିଶାଳୀ ଦେଶ ତିଆରି କରିପାରିବେ । ହୁଏତ ମଧ୍ୟପ୍ରାଚ୍ୟର କିମ୍ବା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଦେଶ ହୋଇପାରିବେ। ନଚେତ୍ ମୁଁ ଇସଲାମିକ୍ ରିପବ୍ଲିକକୁ ଧ୍ୱଂସ କରିବି ଏବଂ ତାହା ଶୀଘ୍ର କରିବି, ଯାହାଦ୍ୱାରା ସେମାନେ ଆଉ କେବେ ଲୋକଙ୍କୁ ମାରିବା ଏବଂ ଅନ୍ୟ ଦେଶକୁ ଧ୍ୱଂସ କରିବାର ସୁଯୋଗ ପାଇବେ ନାହିଁ। ପରେ ନିଜ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଥିଲେ, ନଭେମ୍ବର ୩ରେ ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଯୁକ୍ତରାଷ୍ଟ୍ର ଇରାନ ସହ ଡିଲ୍ କରିବ ।
ଟ୍ରମ୍ପ ଯେତେବେଳେ ତେହେରାନ ବିରୁଦ୍ଧରେ ଗତ ଛଅ ମାସର ସାମରିକ ଆକ୍ରମଣ ବିଷୟରେ କହିବା ଆରମ୍ଭ କଲେ, ଇରାନୀୟ ପ୍ରତିନିଧି ଦଳ ବାହାରି ଗଲେ ଓ କେବଳ ଜଣେ ବ୍ୟକ୍ତି ବସି ରହିଥିଲେ । ତେବେ ଆମେରିକାର ଗୋଳାବାରୁଦ କମିଯାଇଥିବା ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ ଟ୍ରମ୍ପ। କହିଥିଲେ, ଆମ ପାଖରେ ଏତେ ଗୋଳାବାରୁଦ ଅଛି ଯାହା ଆମେ କେବେ ବ୍ୟବହାର କରିବା ବିଷୟରେ ଚିନ୍ତା କରିପାରିବୁ ନାହିଁ। ଏବଂ ପୂର୍ବଅପେକ୍ଷା ଷ୍ଟକ ବଢିବାରେ ଲାଗିଛି। ସେପଟେ ହର୍ମୁଜ୍ କଟକଣା ହଟାଇବାକୁ ଇରାନ ଦେଇଛି ପ୍ରସ୍ତାବ। ଆମେରିକାର ଅବରୋଧ ହଟିଲେ ୭ ଦିନରେ ହର୍ମୁଜ୍ ଖୋଲିବ ବୋଲି କହିଛନ୍ତି ଇରାନ ଅଧିକାରୀ। ଗତ ୧୬ ସେପ୍ଟେମ୍ବରରେ ମଧ୍ୟସ୍ଥଙ୍କ ଜରିଆରେ ତେହେରାନ ନିଜର ଏହି ପ୍ରସ୍ତାବ ଆମେରିକା ନିକଟକୁ ପଠାଇଥିଲା । ଆମେରିକା-ଇରାନ ବିବାଦର ସମାଧାନ ପାଇଁ ନ୍ୟୁୟର୍କରେ ମଧ୍ୟସ୍ଥମାନଙ୍କ ମାଧ୍ୟମରେ ଆଲୋଚନା କରାଯାଇପାରିବ ବୋଲି ଅଧିକାରୀ କହିଛନ୍ତି।
What's Your Reaction?