ଉପ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ବିମାନ ନିଖୋଜ

Jun 11, 2024 - 15:11
 0  6
ଉପ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ବିମାନ ନିଖୋଜ

 ସୋମବାର ମାଲାଓ୍ବିର ଉପରାଷ୍ଟ୍ରପତି ଏବଂ ଅନ୍ୟ ୯ଜଣଙ୍କୁ ନେଇ ଯାଉଥିବା ଏକ ସାମରିକ ବିମାନ ହୋଇଯାଇଛି ନିଖୋଜ । ବିମାନର ଜାରି ରହିଛି ସନ୍ଧାନ । ମାଲାଓ୍ବି ରାଷ୍ଟ୍ରପତି ଲାଜରସ ଚକୱେରାଙ୍କ କାର୍ଯ୍ୟାଳୟ କହିଛି ଯେ, ଉପରାଷ୍ଟ୍ରପତି ସାଉଲୋସ ଚିଲିମା ଏବଂ ଅନ୍ୟମାନଙ୍କୁ ନେଇ ଯାଉଥିବା ବିମାନ ସ୍ଥାନୀୟ ସମୟ ୯ଟା ୧୭ରେ ରାଜଧାନୀ ଲିଲୋଙ୍ଗୱେରୁ ଉଡ଼ିଥିଲା।ପ୍ରାୟ ୪୫ ମିନିଟ ପରେ ଏହି ବିମାନ ୩୭୦ କିଲୋମିଟର ଦୂରରେ ଥିବା ମିଜୁଜୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର ଥିଲା, କିନ୍ତୁ ରାଡାରରୁ ଅଦୃଶ୍ୟ ହେବା ପରେ ବିମାନ ସହ ଯୋଗାଯୋଗ କରିପାରି ନାହାଁନ୍ତି ବିମାନ କର୍ତ୍ତୃପକ୍ଷ। ବିମାନ ଅଧିକାରୀଙ୍କ ଦ୍ୱାରା ଏଥିନିମନ୍ତେ ବହୁ ପ୍ରଚେଷ୍ଟା କରାଯିବା ସତ୍ତ୍ୱେ ସମ୍ଭବ ହୋଇ ପାରି ନ ଥିଲା ଯୋଗାଯୋଗ ଏହାପରେ ତୁରନ୍ତ ତଲସି  ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ମଲାୱିର ରାଷ୍ଟ୍ରପତି

What's Your Reaction?

like

dislike

love

funny

angry

sad

wow