ଡଲାର ତୁଳନାରେ ସର୍ବକାଳୀନ ଦୁର୍ବଳ ସ୍ଥିତିରେ ଟଙ୍କା

Jan 13, 2025 - 13:46
 0  1
ଡଲାର ତୁଳନାରେ ସର୍ବକାଳୀନ ଦୁର୍ବଳ ସ୍ଥିତିରେ ଟଙ୍କା

 ଆମେରିକାର ଡଲାର ତୁଳନାରେ ସବୁଠାରୁ ଦୁର୍ବଳ ସ୍ଥିତିରେ ପହଞ୍ଚିଛି ଭାରତୀୟ ମୁଦ୍ରା। କ୍ରମାଗତ ଦ୍ୱିତୀୟ ଥର ପାଇଁ ଡଲାର ତୁଳନାରେ ହ୍ରାସ ପାଇଛି ଟଙ୍କାର ମୂଲ୍ୟ। ଆମେରିକା ବଜାରରେ ନିଯୁକ୍ତି ଅ‍ଗ୍ବୃଦ୍ଧି ଆଶା ଠାରୁ ଅଧିକ ରହିବାରୁ ସୃଷ୍ଟି ହୋଇଛି ଏପରି ସ୍ଥିତି।ଆଜି ଶେୟାର ବଜାର ଖୋଲିବା କ୍ଷଣି ଟଙ୍କାର ମୂଲ୍ୟ ପାଇଥିଲା ହ୍ରାସ। ଏବେ ୧ ଡଲାରର ମୂଲ୍ୟ ରହିଛି ୮୬.୪୨ ଟଙ୍କା। ପୂର୍ବ ତୁଳନାରେ ଆଜି ୩୮ ପଇସା ହ୍ରାସ ପାଇଛି ଟଙ୍କାର ମୂଲ୍ୟ। ପୂର୍ବରୁ କେବେ ହେଲେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଏତେ ପରିମାଣର ପାଇ ନଥିଲା ହ୍ରାସ।

What's Your Reaction?

like

dislike

love

funny

angry

sad

wow