ଦିନକରେ ୪୪ ହଜାରରୁ ଅଧିକ ଇ-ଚାଲାଣ; ବିନା ହେଲମେଟ୍‌ ପାଇଁ ସର୍ବାଧିକ ଜରିମାନା

Sep 3, 2026 - 12:44
 0  0
ଦିନକରେ ୪୪ ହଜାରରୁ ଅଧିକ ଇ-ଚାଲାଣ; ବିନା ହେଲମେଟ୍‌ ପାଇଁ ସର୍ବାଧିକ ଜରିମାନା

ସେପ୍ଟେମ୍ବର ୨୦୨୬ ରୁ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ପ୍ରତି ମାସର ପ୍ରଥମ ସପ୍ତାହରେ ପାଳନ ହେବ।  ସଡ଼କ ସୁରକ୍ଷା ଅଭିଯାନର ପ୍ରଥମ ଦିନରେ ଏନଫୋର୍ସମେଣ୍ଟ ଦ୍ୱାରା ମୋଟ ୪୪,୭୪୬ଟି ଇ-ଚାଲାଣ ଜାରି କରାଯାଇଛି।

ଦିନକରେ ୪୪,୭୪୬ ଗାଡିର କଟିଲା ଇ-ଚାଲାଣ। ବିନା ହେଲମେଟ୍ ପାଇଁ ୨୫,୨୮୨ ଏବଂ ଦ୍ରୁତଗତି ପାଇଁ ୪,୧୬୦ ଚାଲାଣ କଟିଛି। ସଡ଼କ ଦୁର୍ଘଟଣାଜନିତ 'ଶୂନ ମୃତ୍ୟୁ ସପ୍ତାହ' ର ପ୍ରଥମ ଦିନରେ ଜରିମାନା ଗଣିଛନ୍ତି ୪୪ରୁ ଅଧିକ ଚାଳକ।  ସେପ୍ଟେମ୍ବର ୨୦୨୬ ରୁ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ପ୍ରତି ମାସର ପ୍ରଥମ ସପ୍ତାହରେ ପାଳନ ହେବ।  ସଡ଼କ ସୁରକ୍ଷା ଅଭିଯାନର ପ୍ରଥମ ଦିନରେ ଏନଫୋର୍ସମେଣ୍ଟ ଦ୍ୱାରା ମୋଟ ୪୪,୭୪୬ଟି ଇ-ଚାଲାଣ ଜାରି କରାଯାଇଛି। ଏହି ଯାଞ୍ଚ ପ୍ରକ୍ରିୟାରେ ବିନା ହେଲମେଟ୍ ପାଇଁ ୨୫,୨୮୨, ଦ୍ରୁତଗତି ପାଇଁ ୪,୧୬୦, ଟ୍ରିପଲ୍ ରାଇଡିଂ ପାଇଁ ୧,୩୮୩ ଏବଂ ବୈଧ ବୀମା ନଥାଇ ଗାଡ଼ି ଚଲାଇବା ଯୋଗୁଁ ୧୨୧୬ ଗାଡ଼ି ବିରୋଧରେ ଇ-ଚାଲାଣ ଜାରି ହୋଇଛି। 

ଏହା ସହିତ ବିନା ସିଟବେଲ୍ଟରେ ଗାଡ଼ି ଚାଳନା ଯୋଗୁଁ ୭୦୩ଟି, ବିନା ପରମିଟରେ ୫୪୯, ବିପରୀତ ଦିଗରେ ଗାଡ଼ି ଚାଳନା ପାଇଁ ୧୫୭, ମଦ୍ୟପାନ କରି ଗାଡ଼ି ଚାଳନା ଯୋଗୁଁ ୯୧ ଏବଂ ଅନ୍ୟାନ୍ୟ ମୋଟର ଯାନ ନିୟମ ଉଲ୍ଲଙ୍ଘନ ପାଇଁ ୫୦୦ରୁ ଊର୍ଦ୍ଧ୍ୱ ଚାଲାଣ ଜାରି ହୋଇଛି। ଝାରସୁଗୁଡ଼ା ଆରଟିଓଙ୍କ ପକ୍ଷରୁ ସର୍ବାଧିକ ୫୭୧ଟି ଚାଲାଣ ଜାରି ହୋଇଥିବା ବେଳେ କଟକ ଆରଟିଓ ୫୧୬ଟି, ପୁରୀ ଆରଟିଓ ୫୧୧ଟି, ଗଞ୍ଜାମ ଆରଟିଓ ୪୧୫ଟି ଏବଂ ଭୁବନେଶ୍ୱର-୧ ଆରଟିଓ ପକ୍ଷରୁ ୪୧୦ଟି ଚାଲାଣ ଜାରି କରାଯାଇଛି। ସଡ଼କ ସୁରକ୍ଷା ପାଇଁ ନିୟମ ଗୁଡ଼ିକର କଡ଼ାକଡ଼ି ଅନୁପାଳନ ସହ ସଚେତନତା ସୃଷ୍ଟି କରିବାକୁ ମଧ୍ୟ ଏହି ସମୟରେ ସର୍ବାଧିକ ପ୍ରାଥମିକତା ଦିଆଯାଇଛି।

ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସହଭାଗିତାରେ ସଡ଼କ ସୁରକ୍ଷା ନିୟମ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ପରିବହନ ବିଭାଗ, ପୋଲିସ ବିଭାଗ ଓ ଅନ୍ୟ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯାନରେ ଗାଡ଼ି ଚାଳକମାନଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନର ଆବଶ୍ୟକତା ସମ୍ପର୍କରେ ବୁଝାଯାଇଥିଲା। ବିଶେଷ କରି ସୋନପୁର, ଭଦ୍ରକ, ତାଳଚେର ଏବଂ ଯାଜପୁର ଭଳି ସ୍ଥାନଗୁଡ଼ିକରେ ପରିବହନ ବିଭାଗ ଓ ଗାଡ଼ିଚାଳକ ମହାସଂଘର ମିଳିତ ଆନୁକୂଲ୍ୟରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

What's Your Reaction?

like

dislike

love

funny

angry

sad

wow