ଦିଲ୍ଲୀ ଗସ୍ତରେ ବିଜେଡି ସୁପ୍ରିମୋ, ମଧ୍ୟାହ୍ନ ୧୨ଟା ୫୫ରେ ରହିଛି ଯାତ୍ରା କାର୍ଯ୍ୟକ୍ରମ
ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତ କରିବେ । ବ୍ୟକ୍ତିଗତ କାମରେ ସେ ୭ ଦିନ ପାଇଁ ଦିଲ୍ଲୀ ଯାଉଥିବା ସୂଚନା ରହିଛି । ଆଜି ମଧ୍ୟାହ୍ନ ୧୨ଟା ୫୫ ମିନିଟରେ ନବୀନଙ୍କ ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମ ରହିଛି ।
ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତ କରିବେ। ବ୍ୟକ୍ତିଗତ କାମରେ ସେ ପ୍ରାୟ ୭ ଦିନ ପାଇଁ ଦିଲ୍ଲୀ ଯାଉଥିବା ସୂଚନା ରହିଛି। ଆଜି ମଧ୍ୟାହ୍ନ ୧୨ଟା ୫୫ ମିନିଟରେ ନବୀନଙ୍କ ଦିଲ୍ଲୀ ଅଭିମୁଖେ ଯାତ୍ରା କାର୍ଯ୍ୟକ୍ରମ ରହିଛି।
ତେବେ ନବୀନଙ୍କ ଏହି ଦିଲ୍ଲୀ ଗସ୍ତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଯଦିଓ ଏହାକୁ ବ୍ୟକ୍ତିଗତ ଗସ୍ତ ବୋଲି କୁହାଯାଉଛି, ତଥାପି ଦିଲ୍ଲୀରେ ତାଙ୍କର କୌଣସି ରାଜନୈତିକ ସାକ୍ଷାତ କିମ୍ବା ବୈଠକ ହେବ କି ନାହିଁ, ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି।ସେପଟେ ଆଜି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅପରାହ୍ନ ୩ଟା ୩୦ରେ ସେ ଦିଲ୍ଲୀ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ଜଳ ଶକ୍ତି ମନ୍ତ୍ରଣାଳୟ ସହ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଛି।
ଓଡ଼ିଶାର ଜଳ ସମ୍ପଦ, ଜଳ ପରିଚାଳନା ଓ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଏହି ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। କେନ୍ଦ୍ର ସରକାରଙ୍କ ସହ ରାଜ୍ୟର ବିଭିନ୍ନ ପ୍ରକଳ୍ପ ଓ ଆବଶ୍ୟକତାକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିପାରନ୍ତି। ଗୋଟିଏ ଦିନରେ ଓଡ଼ିଶାର ଦୁଇ ପ୍ରମୁଖ ରାଜନୈତିକ ଚେହେରାଙ୍କ ଦିଲ୍ଲୀ ଗସ୍ତକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି। ଜଣେ ବ୍ୟକ୍ତିଗତ କାମରେ ଦିଲ୍ଲୀ ଯାଉଥିବାବେଳେ, ଅନ୍ୟଜଣେ କେନ୍ଦ୍ର ସରକାରଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବା ପାଇଁ ଯାଉଛନ୍ତି।
ତେବେ ନବୀନଙ୍କ ୭ ଦିନିଆ ଦିଲ୍ଲୀ ଗସ୍ତରେ ଆଉ କଣ କଣ କାର୍ଯ୍ୟକ୍ରମ ରହିଛି ଏବଂ ମୋହନ ମାଝୀଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ସହ ବୈଠକରୁ ଓଡ଼ିଶା ପାଇଁ କେଉଁ ସନ୍ଦେଶ କିମ୍ବା ନିଷ୍ପତ୍ତି ସାମ୍ନାକୁ ଆସୁଛି, ତାହା ଉପରେ ରହିବ ସମସ୍ତଙ୍କ ନଜର।
What's Your Reaction?