ଧଉଳି ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା; ୨ ଅଭିଯୁକ୍ତ ଗିରଫ

#Bhubaneswar #Dhauli #OdishaNews #CrimeNews #GangRape #MinorAssault #WomenSafety #ChildProtection #JusticeForVictim #PoliceAction #LawAndOrder #StopCrime #SafetyFirst

Dec 16, 2025 - 13:33
 0  12
ଧଉଳି ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା; ୨ ଅଭିଯୁକ୍ତ ଗିରଫ

ରାଜଧାନୀ ଭୁବନେଶ୍ୱରର ଧଉଳି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ।ସୂଚନା ଅନୁଯାୟୀ, ଗତ ୧୦ ତାରିଖ ଦିନ ନାବାଳିକା ଜଣକ ନିଜର ପୁରୁଷ ବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଯାଇ ଫେରୁଥିବା ସମୟରେ ସେମାନଙ୍କୁ ଅଟକାଇ ଟଙ୍କା ମାଗିଥିଲେ କିଛି ଦୁର୍ବୃତ୍ତ। ପୁରୁଷ ବନ୍ଧୁ ଟଙ୍କା ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ଉତକ୍ଷିପ୍ତ ହୋଇ ଉଭୟଙ୍କୁ ଏକ ଅନ୍ଧାରିଆ ନଦୀ ପଠାକୁ ଟାଣି ନେଇଥିଲେ ।ସେଠାରେ ପୁରୁଷ ବନ୍ଧୁଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ନାବାଳିକାଙ୍କୁ ବଳପୂର୍ବକ ଗଣଦୁଷ୍କର୍ମ କରିଥିଲେ ଦୁଇଜଣ ଅଭିଯୁକ୍ତ । ଏପରିକି ଅଭିଯୁକ୍ତମାନେ ଦୁଷ୍କର୍ମ ସମୟର ଭିଡିଓ ଏବଂ ଫଟୋ ନିଜ ମୋବାଇଲରେ ଉତ୍ତୋଳନ କରି, ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ମଧ୍ୟ ଦେଇଥିଲେ ଧମକ  । ଘଟଣାସ୍ଥଳରେ ଅଭିଯୁକ୍ତଙ୍କ ସମେତ ମୋଟ ୫ ଜଣ ଥିଲେ ଉପସ୍ଥିତ ।ପରେ ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଥାନାରେ ଏନେଇ ଅଭିଯୋଗ କରିବା ପରେ ତତ୍ପରତା ଦେଖାଇ ତଦନ୍ତ ଆରମ୍ଭ କରିଛି ପୁଲିସ  ।ତେବେ  ଏହି ମାମଲାରେ ସମ୍ପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବାବେଳେ ଏବେ ବି ଫେରାର ଅଛନ୍ତି ଅନ୍ୟ ଅଭିଯୁକ୍ତ । 

What's Your Reaction?

like

dislike

love

funny

angry

sad

wow