ନାଗରିକତା ଗ୍ରହଣ ପୂର୍ବରୁ ଭୋଟର ତାଲିକାରେ ସୋନିଆ ଗାନ୍ଧୀଙ୍କ ନାମ କିପରି ଆସିଲା: ଦିଲ୍ଲୀ ପୁଲିସଠାରୁ ରିପୋର୍ଟ ମାଗିଲେ ରାଉଜ୍ ଆଭେନ୍ୟୁ କୋର୍ଟ

Nov 18, 2026 - 14:34
ନାଗରିକତା ଗ୍ରହଣ ପୂର୍ବରୁ ଭୋଟର ତାଲିକାରେ ସୋନିଆ ଗାନ୍ଧୀଙ୍କ ନାମ କିପରି ଆସିଲା: ଦିଲ୍ଲୀ ପୁଲିସଠାରୁ ରିପୋର୍ଟ ମାଗିଲେ ରାଉଜ୍ ଆଭେନ୍ୟୁ କୋର୍ଟ

ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସହ ଜଡିତ ଭୋଟର ତାଲିକା ବିବାଦରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ସୋନିଆ ଗାନ୍ଧୀଙ୍କ ବିରୋଧରେ ଦାୟର ଅଭିଯୋଗ ଉପରେ କୋର୍ଟ ଦିଲ୍ଲୀ ପୁଲିସଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ(ଏଟିଆର)ମାଗିଛନ୍ତି। 

 ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସହ ଜଡିତ ଭୋଟର ତାଲିକା ବିବାଦରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ସୋନିଆ ଗାନ୍ଧୀଙ୍କ ବିରୋଧରେ ଦାୟର ଅଭିଯୋଗ ଉପରେ କୋର୍ଟ ଦିଲ୍ଲୀ ପୁଲିସଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ(ଏଟିଆର)ମାଗିଛନ୍ତି। ଅଭିଯୋଗ କରାଯାଇଛି ଯେ, ଭାରତୀୟ ନାଗରିକତା ପାଇବାର ପ୍ରାୟ ତିନି ବର୍ଷ ପୂର୍ବରୁ ସୋନିଆ ଗାନ୍ଧୀଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା। 

ଏହି ଅଭିଯୋଗ ଆଇନଜୀବୀ ବିକାଶ ତ୍ରିପାଠି ଦାୟର କରି ସୋନିଆ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ ଦାବି କରିଛନ୍ତି। ତାଙ୍ ଅନୁସାରେ ସୋନିଆ ଗାନ୍ଧୀଙ୍କ ନାମ ୧୯୮୦ ମସିହାରେ ନୂଆଦିଲ୍ଲୀ ଲୋକସଭା ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା। ଯଦିଓ ସେ ୩୦ ଏପ୍ରିଲ ୧୯୮୩ ରେ ଭାରତୀୟ ନାଗରିକତା ପାଇଥିଲେ।

ପୁଲିସ ତଦନ୍ତ ଏବଂ ଏଫଆଇଆର ପଞ୍ଜିକରଣ ଦାବି
୧୯୮୦ ମସିହାରେ ସୋନିଆ ଗାନ୍ଧୀଙ୍କ ନାମ ଭୋଟର ତାଲିକାରେ ଯୋଡା ଯାଇଥିଲା। ପରବର୍ତ୍ତୀ ସମୟରେ ୧୯୮୨ ମସିହାରେ ତାଙ୍କୁ ତାଲିକାରୁ ବାଦ୍ ଦିଆଯାଇଥିଲା ଏବଂ ୧୯୮୩ ମସିହାରେ ପୁଣି ତାଲିକାରେ ନାମ ଯୋଡ଼ା ଯାଇଥିଲା। ସେ ଅଭିଯୋଗ କରିଛନ୍ତି ଯେ, ଭୋଟର ତାଲିକାରେ ତାଙ୍କର ନାମ ସାମିଲ କରିବା ପାଇଁ ଜାଲ୍ କାଗଜପତ୍ର ବ୍ୟବହାର କରାଯାଇଥିଲା। ଏହା ଆଧାରରେ ସେ ପୁଲିସ ତଦନ୍ତ ଏବଂ ଏଫଆଇଆର ପଞ୍ଜିକରଣ ଦାବି କରିଛନ୍ତି।

ସମୀକ୍ଷା ଆବେଦନ ଦାଖଲ
ମାଜିଷ୍ଟ୍ରେଟ୍ କୋର୍ଟ ୧୧ ସେପ୍ଟେମ୍ବର ୨୦୨୫ ରେ ଅଭିଯୋଗକୁ ଖାରଜ କରିଦେଇଥିଲେ। ଅଭିଯୋଗକାରୀ ସେସନ୍ସ କୋର୍ଟରେ ଏକ ସମୀକ୍ଷା ଆବେଦନ ଦାଖଲ କରିଥିଲେ। ୨୧ ସେପ୍ଟେମ୍ବର ୨୦୨୬ ରେ ସ୍ୱତନ୍ତ୍ର ବିଚାରପତି ବିଶାଳ ଗୋଗାନେ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ଆଦେଶକୁ ଖାରଜ କରି କହିଥିଲେ ଯେ, ଉପଯୁକ୍ତ କାରଣ ବିନା ମାଜିଷ୍ଟ୍ରେଟ୍‌ଙ୍କ ଆଦେଶ ଦିଆଯାଇଥିଲା। କୋର୍ଟ ଏହା ମଧ୍ୟ କହିଥିଲେ ଯେ, ଅଭିଯୋଗ ଏକ ଧର୍ତ୍ତବ୍ୟ ଅପରାଧ କି ନାହିଁ ସେ ବିଷୟରେ ପର୍ଯ୍ୟାପ୍ତ ଭାବରେ ବିଚାର କରାଯାଇ ନାହିଁ। ମାମଲାକୁ ପୁଣି ଶୁଣାଣି ପାଇଁ ମାଜିଷ୍ଟ୍ରେଟ୍ କୋର୍ଟକୁ ପଠାଯାଇଥିଲା।

ସୋନିଆ ଗାନ୍ଧୀ ତାଙ୍କ ପ୍ରତିକ୍ରିୟାରେ ଏହି ଅଭିଯୋଗଗୁଡ଼ିକୁ ସମ୍ପୂର୍ଣ୍ଣ ଭିତ୍ତିହୀନ, ମିଥ୍ୟା ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଅଭିଯୋଗକାରୀ ତାଙ୍କ ଅଭିଯୋଗକୁ ପ୍ରମାଣିତ କରିବା ପାଇଁ କୌଣସି ଠୋସ୍ ତଥ୍ୟ ଉପସ୍ଥାପନ କରିନାହାନ୍ତି। ଅଭିଯୋଗ କେବଳ ଅନୁମାନ, ଗଣମାଧ୍ୟମ ରିପୋର୍ଟ ଏବଂ କାଳ୍ପନିକ ଆବେଦନ ଉପରେ ନିର୍ଭର କରି କରାଯାଇଛି। ରାଉଜ୍ ଆଭେନ୍ୟୁ କୋର୍ଟ ଏବେ ଦିଲ୍ଲୀ ପୁଲିସଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି। ପୁଲିସ ରିପୋର୍ଟ ଆଧାରରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ବିଚାର କରାଯିବ।

What's Your Reaction?

like

dislike

love

funny

angry

sad

wow