ନୂଆବର୍ଷରୁ ମିଳିବ ନୂଆ ପର୍ଡି କାର୍ଡ

ନୂଆବର୍ଷରୁ ମିଳିବ ନୂଆ ପର୍ଡି କାର୍ଡ । ଏନେଇ ଘୋଷଣା କରିଛନ୍ତି ଖାଦ୍ୟ ଓ ଯୋଗାଣା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ ଆହୁରି କହିଛନ୍ତି ଯେ, ଜୁଲାଇରୁ ଆରମ୍ଭ ହୋଇଥିଲା ଇ-କେଓ୍ୱାଇସି ଯାଞ୍ଚ,ଯାହାକି ନଭେମ୍ବର ମାସ ସୁଦ୍ଧା ସରିଯିବ । ଏହି ଇ-କେଓ୍ୱାଇସି ଯାଞ୍ଚ ଦ୍ୱାରା ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ହୋଇଛନ୍ତି ଚିହ୍ନଟ । ସେହିପରି ସରିଛି ପୁରୁଣା ରାସନ କାର୍ଡର ଯାଞ୍ଚ । ଏବେ ଆସନ୍ତା ମାସରୁ ନୂଆ ରାସନ କାର୍ଡ ପାଇଁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା । ସମସ୍ତ କାର୍ଯ୍ୟ ଶେଷ ହେବା ପରେ ମିଳିବ ନୂଆ ରାସନ କାର୍ଡ। ୨୦୨୫ ଜାନୁଆରୀରେ ସମସ୍ତଙ୍କୁ ନୂଆ ରାସନ କାର୍ଡ ମିଳିବାକୁ ଲକ୍ଷ ରଖିଛନ୍ତି ଓଡିଶା ସରକାର ।
What's Your Reaction?






