ପଞ୍ଚଭୂତରେ ବିଲୀନ ହେଲେ ମନମୋହନ ସିଂ

Dec 28, 2024 - 15:23
 0  4
ପଞ୍ଚଭୂତରେ ବିଲୀନ ହେଲେ ମନମୋହନ ସିଂ

ଜଳିଲା ଡ. ମନମୋହନ ସିଂଙ୍କ ଚିତା। ଗାର୍ଡ ଅଫ୍ ଅନର ଦିଆଯିବା ପରେ ନିଗମବୋଧ ଘାଟରେ ପଞ୍ଚଭୂତରେ ଲୀନ ହେଲା ମନମୋହନଙ୍କ ପାର୍ଥିବଶରୀର । ଶିଖ୍ ରୀତିନୀତି ଅନୁସାରେ ହୋଇଛି ମନମୋହନଙ୍କ ଶେଷକୃତ୍ୟ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପାର୍ଥିବଶରୀର ଆର୍ମି ମେମୋରିଆଲ ଗାଡିରେ ନିଗମବୋଧ ଘାଟକୁ ନିଆଯାଇଥିଲା । ପରିବାର ଓ ପ୍ରଶଂସକଙ୍କ  ଉପସ୍ଥିତିରେ ମନମୋହନଙ୍କ ଶେଷକୃତ୍ୟ ହୋଇଛି ସମ୍ପନ୍ନ।

What's Your Reaction?

like

dislike

love

funny

angry

sad

wow