ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଭବିଷ୍ୟବାଣୀ ଏକ କଷ୍ଟକର ବ୍ୟାପାର

Apr 23, 2026 - 16:08
Apr 23, 2026 - 16:54
 0  7
ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଭବିଷ୍ୟବାଣୀ ଏକ କଷ୍ଟକର ବ୍ୟାପାର

ଆଜିଠୁ ଆରମ୍ଭ ହେଲା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। କିନ୍ତୁ ଏବେବି ନିର୍ବାଚନୀ ଫଳାଫଳ ଅନୁମାନ କରିବା ସହଜ ହେଉନାହିଁ କାରଣ ଏବେ ଲଢେଇ ତୀବ୍ର ଏବଂ ମୁଣ୍ଡାମୁଣ୍ଡି ସ୍ତରରେ। ସୂତାଏ ସୂତାଏ ଆଗପଛ ଅବସ୍ଥାରେ ଅଛନ୍ତି ଉଭୟ ବିଜେପି ଏବଂ ତୃଣ ମୂଳ କଂଗ୍ରେସ l

ଦୁଇ ପ୍ରମୁଖ ଦଳ ମଧ୍ୟରେ ମଧ୍ୟ ତେଜିଛି ତତଲା ରାଜନୀତି । ଏତିକି ବେଳେ ବାମପନ୍ଥୀ ଓ କଂଗ୍ରେସ ମେଣ୍ଟ ମଧ୍ୟ ନିଜର ସ୍ଥାନ ଫେରି ପାଇବାକୁ ଖୁବ ଚେଷ୍ଟା କରୁଥିବା ବେଳେ, ଅସଲ ଲଢ଼େଇ ଚାଲିଛି କେବଳ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ । 

 ଭୋଟର ତାଲିକାରୁ ଅନେକ ନାଁ କଟାଯିବା ତୃଣମୂଳ କଂଗ୍ରେସ ପାଇଁ ହୋଇଛି ଏକ ବଡ଼ ପ୍ରସଙ୍ଗ । ଶାସକ ଦଳ ଏହାକୁ ଏକ ଷଡ଼ଯନ୍ତ୍ର କହୁଥିବା ବେଳେ, ବିଜେପି କହୁଛି ଏହା ଜାଲ୍ ଭୋଟର ହଟାଇବାର ଏକ ନିରପେକ୍ଷ ପ୍ରକ୍ରିୟା  । ସେହିଭଳି ବିଜେପି ଅନ୍ୟପଟେ ଉଠାଇଛି ଆର.ଜି. କର ହାସପାତାଲ ମହାବିଦ୍ୟାଳୟ ଘଟଣା କଥା l ସୁରକ୍ଷା ଓ ଶାସନ ବ୍ୟବସ୍ଥା ଆଦୌ ନାହିଁ ବୋଲି ଦୋଷ ଦେବା ଫଳରେ ପ୍ରସଙ୍ଗଟି ଏକ ବଡ଼ ପ୍ରଶ୍ନବାଚୀ ଭାବେ ଉଭା ହୋଇ  ବହୁତ ପ୍ରଭାବିତ କରିଛି ସହରୀ ଭୋଟର ଓ ଯୁବପିଢ଼ିଙ୍କୁ । ନିଯୁକ୍ତି ଦୁର୍ନୀତି ଏବଂ 'ସିଣ୍ଡିକେଟ୍ ରାଜ୍'ର ତଦନ୍ତକୁ ତୃଣମୂଳ କଂଗ୍ରେସ ବିରୁଦ୍ଧରେ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ବିରୋଧୀ ଦଳ ଗୁଡ଼ିକ ।

 ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଖୁବ ଜୋରରେ କାଦୁଅ ଫିଙ୍ଗାଫିଙ୍ଗି ଚାଲି ଥିବାବେଳେ ବର୍ତ୍ତମାନ ପଶ୍ଚିମବଙ୍ଗର ତିନୋଟି ମୁଖ୍ୟ ଅଞ୍ଚଳର ନିର୍ଦ୍ଦିଷ୍ଟ ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର  । ପ୍ରାରମ୍ଭିକ ସର୍ବେକ୍ଷଣ ଅନୁଯାୟୀ, ଏକାଧିକ ଜନକଲ୍ୟାଣ ଯୋଜନା ଯୋଗୁଁ ତୃଣ ମୂଳ କଂଗ୍ରେସ ସାମାନ୍ୟ ଆଗରେ ଥିବା ପରି ମନେ ହେଉ ଥିଲେବି , ବିଜେପି ମଧ୍ୟ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସରକାର ବିରୋଧୀ ହାୱା ଯୋଗୁଁ ଉଭା ହୋଇଛି ବହୁତ ଶକ୍ତିଶାଳୀ ଦଳ ହିସାବରେ ।

ଏହି ମୁହୂର୍ତ୍ତରେ ଫଳାଫଳ ଭବିଷ୍ୟବାଣୀ କରିବା ଅସମ୍ଭବ ବୋଲି କହୁଛନ୍ତି ପ୍ରାୟତଃ ସମସ୍ତ ନିର୍ବାଚନ-ପଣ୍ଡିତଗଣ l 

ସର୍ବ ଶେଷରେ ଜୋର ଦେଇ ନକହିଲେ ମଧ୍ୟ  ତୃଣମୂଳ କଂଗ୍ରେସ ସୂତାଏ ଆଗରେ ଥିବା ଭଳି କରାଯାଉଛି ଆକଳନ l ଚପଲରେ ଥିବା ଦଳ ମୁଖ୍ୟା ମମତା ବାନାର୍ଜୀ ବହୁ କ୍ଷମତାର ଅଧିକାରୀ ତଥା ଅଜସ୍ର ଅସ୍ତ୍ର ଶସ୍ତ୍ରରେ ସୁସଜ୍ଜିତ ମୋଦି-ଶାହl ଯୋଡିକୁ ଡରାଇବା ଭଳି ତର୍ପରେ କରୁଛନ୍ତି ଲଢେ଼ଇବିଦ୍ୟା ପ୍ରଦର୍ଶନ l

What's Your Reaction?

like

dislike

love

funny

angry

sad

wow