ପାକିସ୍ତାନକୁ ତାଲିବାନର ଧମକ! ୨ ଦିନରେ ପେଶାୱରରେ ଉଡ଼ିବ ଆଫଗାନ ପତାକା?

Oct 1, 2026 - 15:38
ପାକିସ୍ତାନକୁ ତାଲିବାନର ଧମକ! ୨ ଦିନରେ ପେଶାୱରରେ ଉଡ଼ିବ ଆଫଗାନ ପତାକା?

ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ବଢ଼ିଲା ତଣାତଣି । ପାକିସ୍ତାନୀ ସେନା ଆଫଗାନିସ୍ତାନର କୁନାର ଓ ହେଲମଣ୍ଡ ପ୍ରଦେଶରେ ବିମାନ ଆକ୍ରମଣ କରିଥିବା ଉଭୟ ପକ୍ଷ ସ୍ୱୀକାର କରିଛନ୍ତି । ଆଫଗାନିସ୍ତାନର ତାଲିବାନ ସରକାରର ଦାବି ଅନୁସାରେ, ଏହି ଆକ୍ରମଣରେ ୯ ଜଣଙ୍କ ମୃତ୍ୟୁ ଓ ୧୧ ଜଣ ଆହତ ହୋଇଛନ୍ତି । 

ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ବଢ଼ିଲା ତଣାତଣି । ପାକିସ୍ତାନୀ ସେନା ଆଫଗାନିସ୍ତାନର କୁନାର ଓ ହେଲମଣ୍ଡ ପ୍ରଦେଶରେ ବିମାନ ଆକ୍ରମଣ କରିଥିବା ଉଭୟ ପକ୍ଷ ସ୍ୱୀକାର କରିଛନ୍ତି । ଆଫଗାନିସ୍ତାନର ତାଲିବାନ ସରକାରର ଦାବି ଅନୁସାରେ, ଏହି ଆକ୍ରମଣରେ ୯ ଜଣଙ୍କ ମୃତ୍ୟୁ ଓ ୧୧ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ମଧ୍ୟ କୁହାଯାଇଛି ।  ଅନ୍ୟପଟେ, ପାକିସ୍ତାନ କହିଛି ଯେ ଏହି ଆକ୍ରମଣ ସାଧାରଣ ଲୋକଙ୍କୁ ଲକ୍ଷ୍ୟ କରି ହୋଇନଥିଲା । ଦୁଇଟି ସ୍ଥାନରେ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା ଏବଂ ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ୨୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ପାକିସ୍ତାନ ଦାବି କରିଛି । କିନ୍ତୁ ଉଭୟ ପକ୍ଷର ଏହି ମୃତାହତ ସଂଖ୍ୟାକୁ ସ୍ୱାଧୀନ ଭାବେ ଯାଞ୍ଚ କରାଯାଇପାରିନାହିଁ । 

ଏହି ଆକ୍ରମଣ ପରେ ତାଲିବାନ ମନ୍ତ୍ରୀ ନୁରୁଲ୍ଲାହ ନୁରିଙ୍କ ଚେତାବନୀ ଏବେ ଚର୍ଚ୍ଚାରେ । ନୁରି କହିଛନ୍ତି, ପାକିସ୍ତାନ ଆଫଗାନିସ୍ତାନ ଓ ଏହାର ଲୋକଙ୍କୁ କମ୍ ଭାବେ ଆକଳନ କରିବା ଉଚିତ୍ ନୁହେଁ । ତାଙ୍କ ଅନୁସାରେ, ଆଫଗାନିସ୍ତାନ ପଡ଼ୋଶୀ ଦେଶ ସହ ସଂଘର୍ଷ ଚାହେଁନାହିଁ, କିନ୍ତୁ ଧମକ କିମ୍ବା ଆକ୍ରମଣ ହେଲେ ଜବାବ ଦେବାକୁ ପ୍ରସ୍ତୁତ ।  ସବୁଠାରୁ ବଡ଼ କଥା ହେଉଛି, ନୁରିଙ୍କ ନାମରେ ଏକ କଠୋର ଚେତାବନୀ ସାମ୍ନାକୁ ଆସିଛି ତାଲିବାନ ଚାହିଁଲେ ଦୁଇ ଦିନ ମଧ୍ୟରେ ପାକିସ୍ତାନର ପେଶାୱରରେ ଆଫଗାନ ପତାକା ଉତ୍ତୋଳନ କରିପାରିବ ବୋଲି ସେ କହିଥିବା ରିପୋର୍ଟ ପ୍ରକାଶ ପାଇଛି । ଏହାକୁ ପାକିସ୍ତାନ ପ୍ରତି ତାଲିବାନର ଏକ ତୀବ୍ର ରାଜନୈତିକ ଓ ସାମରିକ ସନ୍ଦେଶ ଭାବେ ଦେଖାଯାଉଛି । 

ତେବେ ଏହି ବିବାଦର ମୂଳ କାରଣ କ’ଣ? ପାକିସ୍ତାନର ଅଭିଯୋଗ ହେଉଛି, ଆଫଗାନିସ୍ତାନର ମାଟିରୁ ତାଙ୍କ ବିରୋଧରେ ସଶସ୍ତ୍ର ଗୋଷ୍ଠୀ କାର୍ଯ୍ୟକଳାପ ଚଳାଉଛନ୍ତି। ଆଫଗାନ ତାଲିବାନ ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଆସୁଛି । ସୀମାପାର ଆକ୍ରମଣ, ଆତଙ୍କବାଦୀ କାର୍ଯ୍ୟକଳାପ ଓ ଉଭୟ ଦେଶର ପ୍ରତିଆକ୍ରମଣକୁ ନେଇ ଗତ କିଛି ସପ୍ତାହରେ ତଣାତଣି ବଢ଼ିଛି । 

What's Your Reaction?

like

dislike

love

funny

angry

sad

wow