ପୁଣି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ମୋଦି

Aug 4, 2024 - 12:59
 0  6
ପୁଣି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ମୋଦି

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ କିର ଷ୍ଟାରମରଙ୍କୁ ପଛରେ ପକାଇ ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବରେ ଉଭା ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ୱର ୨୫ଟି ଦେଶର ନେତାଙ୍କ ଲୋକପ୍ରିୟତାକୁ ନେଇ ଏକ ସଦ୍ୟତମ ତାଲିକା ଜାରି କରିଛି ମର୍ନିଂ କନ୍ସଲ୍ଟ ନାମକ ଏକ ବୈଶ୍ୱକ ବିଚାର ବୃଦ୍ଧିମତା ସଂସ୍ଥା । ଯେଉଁଥିରେ ୬୯ ପ୍ରତିଶତ ଆଷ୍ଟ୍ରଭାଲ ରେଟିଂ ତଥା ଜ୍ୟୋତିଷ ମୂଲ୍ୟାୟନ ସହ ତାଲିକାର ଶୀର୍ଷରେ ରହିଛନ୍ତି ମୋଦି । ତାଙ୍କ ପଛକୁ ୬୩% ଅନୁମୋଦନ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର।ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ଆହ୍ବାନର ସଫଳତାର ସହ ମୁକାଳିଲା କରି ବିଶ୍ଵବାସୀଙ୍କ ନିକଟରେ ଜଣେ ଦୃଢ଼ ନେତା ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ମୋଦି । ସେହିପରି ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନର ପଛକୁ ସୁଇଜରଲାଣ୍ଡ ଫେଡେରାଲ କାଉନସିଲର ରିଓଲା ଏମହତ (୫୨%), ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ସମୋନ ହାରିସ (୪୭%), ବ୍ରିଟେନ ପ୍ରଧାନମନ୍ତ୍ରୀ କିଏର ଷ୍ଟାର୍ମର (୪୫%), ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ (୪୫%), ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍, (୪୨%), ସ୍ପେନ ପ୍ରଧାନମନ୍ତ୍ରୀ ପେଟ୍ରୋ ସାଖେଳ (୪୦%) ଏବଂ ଲଟାଲା ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ରହିଛନ୍ତି (୪୦%)ରେ । ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅନୁମୋଦନ ମୂଲ୍ୟାୟନ ୩୯ ପ୍ରତିଶତ ରହିଥିଲା ବେଳେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡୋଙ୍କର ୨୯ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରଂଙ୍କ ମୂଲ୍ୟାୟନ ରହିଛି ୨୦ ପ୍ରତିଶତ ।

What's Your Reaction?

like

dislike

love

funny

angry

sad

wow