ପୂର୍ବତନ ବିଜେଡି ନେତା କଂଗ୍ରେସରେ ମିଶିଲେ ରାମଚନ୍ଦ୍ର ହାଁସଦା
ହାତ ଧରିଲେ ହାଁସଦା । ପୂର୍ବତନ ବିଜେଡି ନେତା ତଥା ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ସାଂସଦ ବିଧିବଦ୍ଧ ଭାବେ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି । ନିଜ ସମର୍ଥକ ଓ ସହଯୋଗୀଙ୍କ ସହ ସେ କଂଗ୍ରେସରେ ଯୋଗ ଦେଇଥିବା ବେଳେ ଏହାକୁ ନେଇ ଦଳୀୟ ମହଲରେ ଉତ୍ସାହ ଦେଖାଦେଇଛି ।କଂଗ୍ରେସ ରାଜ୍ୟ ପ୍ରଭାରୀ ଲାଲଜି ଦେଶାଇ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ରାମଚନ୍ଦ୍ର ହାଁସଦା ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରେ ତାଙ୍କ ସମର୍ଥକମାନେ ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି । ରାମଚନ୍ଦ୍ର ହାଁସଦାଙ୍କ ଯୋଗଦାନ ମୟୁରଭଞ୍ଜରେ କଂଗ୍ରେସ ସଂଗଠନକୁ ନୂଆ ଶକ୍ତି ଦେବ ବୋଲି ଦଳୀୟ ନେତାମାନେ ଆଶା ପ୍ରକାଶ କରିଛନ୍ତି ।
What's Your Reaction?