ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ

Former Korei MLA Sanchita Mahanti passed away at the age of 67. According to reports, she breathed her last at her residence in Bhubaneswar. She had been suffering from illness for a long time and was undergoing treatment. Sanchita Mahanti served as the MLA of Korei from 2004 to 2009. She was elected as a BJP candidate from the Korei Assembly constituency in the 2004 Odisha Legislative Assembly elections and served in the Assembly during that term. During her tenure, she was a member of several committees, including the House Committee, Tourism Committee, and the Women and Child Development Welfare Committee. Later, in the 2009 Odisha Assembly elections, she once again contested from the Korei Assembly constituency as a BJP candidate but was defeated.

Dec 26, 2025 - 12:31
 0  1
ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ

୬୭ ବର୍ଷ ବୟସରେ କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ । ଭୁବନେଶ୍ବର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଥିବା ମିଳିଛି ସୂଚନା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିବା ବେଳେ ହେଉଥିଲେ ଚିକିତ୍ସିତ। ୨୦୦୪ ରୁ ୨୦୦୯ ଯାଏ କୋରେଇର ବିଧାୟିକା ଥିଲେ ସଞ୍ଚିତା।ସେ ଭାଜପାର ପ୍ରତିନିଧି ଭାବରେ ୨୦୦୪ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ କୋରାଇ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ହୋଇଥିଲେ ବିଧାୟିକା । ଏହି ବିଧାନସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହା ଯାଏ କରିଥିଲେ କାର୍ଯ୍ୟ ।ସେହି ସମୟରେ ସେ ଗୃହ ପର୍ଯ୍ୟଟନ ବିଭାଗ କମିଟି, ମହିଳା ଓ ଶିଶୁ ବିକାଶ କଲ୍ୟାଣ କମିଟି ଆଦିରେ ଜଣେ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ସଞ୍ଚିତା ୨୦୦୯ ମସିହାରେ ଓଡ଼ିଶା ବିଧାନସଭା ପାଇଁ ହୋଇଥିବା ସାଧାରଣ ନିର୍ବାଚନରେ ପୁଣିଥରେ କୋରାଇ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାଜପାର ପ୍ରାର୍ଥୀ ଭାବରେ ଲଢ଼ିଥିଲେ ନିର୍ବାଚନ। ହେଲେ ସେ କରିଥିଲେ ପରାଜୟ ସ୍ବୀକାର ।

What's Your Reaction?

like

dislike

love

funny

angry

sad

wow