ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କୁ ଗିରଫ କଲା ଭିଜିଲାନ୍ସ

Aug 13, 2024 - 13:19
 0  5
ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କୁ ଗିରଫ କଲା ଭିଜିଲାନ୍ସ

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କୁ ଗିରଫ କଲା ଭିଜିଲାନ୍ସ। ଗତକାଲି ତାଙ୍କ ଘରୁ ମିଳିଥିଲା ଅମାପ ସମ୍ପତ୍ତି।ଭୁବନେଶ୍ଵର, ଝାରସୁଗୁଡ଼଼ା ଓ ଅନ୍ୟ ସହରରେ  ରହିଛି ୧୦ଟି ଦାମିକିଆ ଫ୍ଲାଟ। ବିଭିନ୍ନ ସ୍ଥାନରୁ ୭ଟି ପ୍ଲଟ ମଧ୍ୟ ହୋଇଥିଲା ଠାବ।ଏଥିସହ ୨ କୋଟି ୭୦ ଲକ୍ଷ ଟଙ୍କାର ବ୍ଯାଙ୍କ ଓ ବୀମା ଜମା, ପ୍ରାୟ ଅଢେଇ କେଜି ସୁନା,ଅନେକ ରୂପା ଓ ରୂପା ବାସନ ,୩୭୦ ଗ୍ରାମର ହୀରା ଅଳଙ୍କାର ଓ ୬ ଲକ୍ଷରୁ ଅଧିକ ନଗଦ ଟଙ୍କା,ଗୋଟିଏ ଦାମି ମର୍ସିଡିଜ ଓ କିଆ କାର, ରୋଲେକ୍ସ ପରି ଦାମି ବ୍ରାଣ୍ଡର ୧୩ ଲକ୍ଷ ଟଙ୍କା ମୂଲ୍ୟର ଅନେକ ଘଣ୍ଟା ଓ ଶତାଧିକ ହଳ ଯୋତା ମିଳିଛି । ସେହିପରି ଝିଅର ମେଡିିକାଲ ପାଠପଢା ଲାଗି ଖର୍ଚ୍ଚ କରିଛନ୍ତି ୮୦ ଲକ୍ଷ ଟଙ୍କା।ଆମେରିକା, ଥାଇଲାଣ୍ଡ, ଭିଏତନାମ, ୟୁଏଇ, କାନାଡା, ମେକ୍ସିକୋ, ମାଲେସିଆ ଓ ସିଙ୍ଗାପୁର ପରି ଦେଶର ବିଦେଶୀ ଟଙ୍କା ମଧ୍ୟ ଜବତ କରିଛି ଭିଜିଲାନ୍ସ ।

What's Your Reaction?

like

dislike

love

funny

angry

sad

wow