ପେଟ୍ରୋଲ୍ ପମ୍ପରେ ବିକ୍ରି ହେବ କିରୋସିନ
ସାରା ବିଶ୍ବରେ ଗ୍ୟାସ୍ ସିଲିଣ୍ଡର ସଙ୍କଟ ମଧ୍ଯରେ ଏବେ କିରୋସିନକୁ ପୁଣିଥରେ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। କିରୋସିନ ବିକ୍ରି ଉପରେ ପ୍ରତିବନ୍ଧକ ହଟାଇ ଦିଆଯିବା ସହ ବଢ଼ାଇ ଦିଆଯାଇଛି ୬୦ ଦିନର ଅବଧି।ଏବେ ପେଟ୍ରୋଲ ପମ୍ପରେ ପୂର୍ବ ପରି ବିକ୍ରି ହେବ କିରୋସିନ। ୨୧ଟି ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଅଧୀନରେ କିରୋସିନର ଆଡ-ହକ୍ ଯୋଗାଣ ଆରମ୍ଭ ହୋଇଛି ଏବଂ ଖୁବ୍ ଶୀଘ୍ର ପୁଣିଥରେ ଆରମ୍ଭ ହେବ କିରୋସିନ ବିକ୍ରି।
What's Your Reaction?