ପ୍ରଖ୍ୟାତ ନିର୍ବାଚନ ବିଶାରଦ ଯୋଗେନ୍ଦ୍ର ଯାଦବଙ୍କ ଉଦବେଗ : ଭାରତରେ ଗଣତନ୍ତ୍ର ଏବେ ତଳମୁହାଁ !

May 8, 2026 - 11:19
 0  4
ପ୍ରଖ୍ୟାତ ନିର୍ବାଚନ ବିଶାରଦ ଯୋଗେନ୍ଦ୍ର ଯାଦବଙ୍କ ଉଦବେଗ : ଭାରତରେ ଗଣତନ୍ତ୍ର ଏବେ ତଳମୁହାଁ !

କରଣ ଥାପରଙ୍କ ସହ ଏକ ସାକ୍ଷାତକାରରେ ନିର୍ବାଚନ ବିଶାରଦ ତଥା ରାଜନୈତିକ ବିଶ୍ଳେଷକ ଯୋଗେନ୍ଦ୍ର ଯାଦବ ନିକଟରେ ଶେଷ ହୋଇଥିବା ନିର୍ବାଚନ ଫଳାଫଳ ପରେ ଭାରତୀୟ ଗଣତନ୍ତ୍ରର ଭବିଷ୍ୟତକୁ ନେଇ ପ୍ରକଟ କରିଛନ୍ତି ଗଭୀର ଚିନ୍ତା ଓ ଉଦବେଗ । ସେ ମନେ କରନ୍ତି ଯେ ୨୦୨୪ ସାଧାରଣ ନିର୍ବାଚନ ପରେ ଏକ ଶକ୍ତିଶାଳୀ ଗଣତାନ୍ତ୍ରିକ ଭାରତ ପାଇଁ ଯେଉଁ ସୁଯୋଗ ବା ‘ଝରକା’ ସାମାନ୍ୟ ଟିକେ ଖୋଲିଥିଲା, ତାହା ଏବେ ବନ୍ଦ ହୋଇଯାଇଛି ସମ୍ପୂର୍ଣ୍ଣ ଭାବରେ ।

 

 ଚିନ୍ତାର ମୁଖ୍ୟ କାରଣଗୁଡ଼ିକ :

 

୧. କ୍ଷମତାର ଦଖଲ ଓ ସାମ୍ବିଧାନିକ ଢାଞ୍ଚାରେ ପରିବର୍ତ୍ତନ

 

ଯାଦବଙ୍କ ମତରେ ବିଜେପିର ବିଗୁଣାତ୍ମକ ପ୍ରଭାବ ଏବେ ପହଞ୍ଚିଛି ପ୍ରାୟ ଶେଷ ପର୍ଯ୍ୟାୟରେ l ଶାସକ ଦଳ ନିଜର ସ୍ଥାୟୀ ଫାଇଦା ପାଇଁ ତିନୋଟି ବଡ଼ ପରିବର୍ତ୍ତନ କରିବାକୁ ଯୋଜନା କରୁଥିବା ସେ କହିଛନ୍ତି:

 

      ସୀମା ନିର୍ଦ୍ଧାରଣ : ନିର୍ବାଚନ ମଣ୍ଡଳୀର ସୀମାକୁ ପୁଣି ଥରେ ବଦଳାଇବା।

 

      ଭୋଟର ତାଲିକା ସଂଶୋଧନ: ଭୋଟରଙ୍କୁ ନିଜ ସପକ୍ଷରେ କରିବା ପାଇଁ ତାଲିକାରେ ଅଦଳବଦଳ।

 

 

      ଗୋଟିଏ ରାଷ୍ଟ୍ର , ଗୋଟିଏ ନିର୍ବାଚନ : ନିର୍ବାଚନ କ୍ୟାଲେଣ୍ଡରକୁ ଏମିତି ବଦଳାଇବା ଦିଆଯିବ ଯେମିତିକି ପ୍ରଭାବଶାଳୀ ଦଳକୁ ମିଳିବ ପ୍ରଚଣ୍ଡ ଫାଇଦା ।

 

୨. ନିର୍ବାଚନର ସ୍ୱଚ୍ଛତା ଉପରେ ପ୍ରଶ୍ନ

 

ଯୋଗେନ୍ଦ୍ର ଏକ ଗୁରୁତର ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଭାରତୀୟ ଗଣତନ୍ତ୍ର ତାର ବିଶ୍ୱସନୀୟତା ହରାଇ ସାରିଲାଣି ଯାହାକି ଭବିଷ୍ୟତ ପାଇଁ ଆଣିବ ବିରାଟ ବିପଦ l

 

      ଆସାମରେ ସୀମା ନିର୍ଦ୍ଧାରଣ: ସେ ଆସାମର ସୀମା ନିର୍ଦ୍ଧାରଣକୁ ଏକ ‘ସାମ୍ପ୍ରଦାୟିକ ଚାଲ୍’ ବୋଲି କହିଛନ୍ତି, ଯାହାକି କରାଯାଇଛି କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ରାଜନୈତିକ ଶକ୍ତି ଅଜସ୍ର ଭାବରେ କମାଇ ଦେବା ପାଇଁ

 

      ବେଙ୍ଗଲରେ ଭୋଟର କାଟ୍: ଯୋଗେନ୍ଦ୍ର ଅଭିଯୋଗ କରିଛନ୍ତି ଯେ ବେଙ୍ଗଲରେ ଭୋଟର ତାଲିକା ସଂଶୋଧନକୁ ବ୍ୟବହାର କରାଯାଇଛି ଏକ ଅସ୍ତ୍ର ଭାବରେ । ସେ କହିଛନ୍ତି ଯେ ବେଙ୍ଗଲରେ ବିଜେପି ଯେତିକି ଭୋଟରେ ଜିତିଛି (୩୨ ଲକ୍ଷ), ତାହା ପ୍ରାୟ ସେହି ଭୋଟରଙ୍କ ସଂଖ୍ୟା (୩୨.୨୫ ଲକ୍ଷ) ସହ ସମାନ ଯେଉଁମାନଙ୍କ ନାଁ ସନ୍ଦେହଜନକ ଭାବେ ତାଲିକାରୁ କଟାଯାଇଛି କିମ୍ବା ଯୋଡ଼ା ଯାଇଛି।

 

 

୩. ନିର୍ବାଚନ କମିଶନଙ୍କ ଭୂମିକା

 

ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷପାତିତାକୁ ନେଇ ସେ ବହୁତ ଚିନ୍ତିତ। ସେ ଦାବି କରିଛନ୍ତି ଯେ କମିଶନ ଜଣେ ନିରପେକ୍ଷ କ୍ରୀଡା ବିଚାରକ ଭଳି କାମ ନ କରି ଖୋଲାଖୋଲି ଏକ ‘ରାଜନୈତିକ ଦଳ’ ଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି ଯାହାକି ସୂଚାଇ ଦେଉଛି ଯେ କମିଶନଙ୍କ ସହଯୋଗ ନିଶ୍ଚିତ ରହିଛି ସୀମା ନିର୍ଦ୍ଧାରଣ ଓ ଭୋଟର ତାଲିକାରୁ ନାଁ କାଟିବା ପଛରେ ।

 

୪. ବିରୋଧୀ ସ୍ୱର ଓ ଧର୍ମନିରପେକ୍ଷତାକୁ ଚାପିଦେବା

 

      ଅଣ-ପ୍ରତିନିଧିତ୍ୱ ଶବ୍ଦ: ବିଜେପିର ପ୍ରଭାବ ଯୋଗୁଁ ଆଉ ଶୁଣାଯାଉନି ସଂଖ୍ୟାଲଘୁଙ୍କ ସମେତ ସମାଜର ଅନେକ ଗୋଷ୍ଠୀଙ୍କ ସ୍ୱର ।

 

       ଧର୍ମନିରପେକ୍ଷତାର ଜାଲ: ଯାଦବ କହିଛନ୍ତି ଯେ ଧର୍ମନିରପେକ୍ଷ ଦଳଗୁଡ଼ିକ ଏବେ ସଂଖ୍ୟାଲଘୁଙ୍କ ନ୍ୟାୟ ବିଷୟରେ କହିବାକୁ ଡରୁଛନ୍ତି, କେବଳ ଗୋଟିଏ ଭୟ କାରଣରୁ ଯାହାକି ‘ହିନ୍ଦୁ ଭୋଟ୍ ହାତଛଡ଼ା ହୋଇଯିବା’ ।

 

 

୫. ଘୃଣା ଭାଷଣକୁ ସାଧାରଣ କରିଦେବା

 

ଉଚ୍ଚପଦସ୍ଥ ସରକାରୀ ବ୍ୟକ୍ତିମାନେ (ଯେମିତିକି ଆସାମର ହିମନ୍ତ ବିଶ୍ୱ ଶର୍ମା) ଖୋଲାଖୋଲି ଘୃଣା ଭାଷଣ ଦେଇ ଚାଲିଥିଲେ ବି ନିର୍ବାଚନ କମିଶନ କିମ୍ବା ସୁପ୍ରିମକୋର୍ଟ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି, ଯାହା ଆଶ୍ଚର୍ଯ୍ୟ କରିଛି ଦେଶର ପ୍ରତ୍ୟେକ ସଚେତନ ନାଗରିକକୁ ।

 

ନିଷ୍କର୍ଷ:

ଯାଦବ ଚେତାବନୀ ଦେଇଛନ୍ତି ଯେ ଯଦି ଆସାମ ଓ ବେଙ୍ଗଲର ଏହି ‘ଖଳ ସୂତ୍ର’ ସାରା ଦେଶରେ ଲାଗୁ ହୁଏ, ତେବେ ଏ ଦେଶରେ ଆଉ ରହିବନି ଗଣତାନ୍ତ୍ରିକ ରାଜନୀତିର ଅସ୍ତିତ୍ୱ ।

What's Your Reaction?

like

dislike

love

funny

angry

sad

wow