ଭୁବନେଶ୍ୱରରେ ସଫା ହେଲା ୮୧ ଘର!

May 2, 2026 - 12:06
 0  0
ଭୁବନେଶ୍ୱରରେ ସଫା ହେଲା ୮୧ ଘର!

ଆଜି ରାଜଧାନୀ ଭୁବନେଶ୍ୱରରେ ଚାଲିଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା  । ୨୦୦ ଫୁଟିଆ ରାସ୍ତା ପାଇଁ ବାଧକ ସାଜିଥିବା ଘର ଗୁଡିକୁ ଆଜି ଭଙ୍ଗା ଯାଉଛି  । ହାତୀଆଶୁଣି ରାସ୍ତା ଏବଂ ଏକାମ୍ର କାନନ ରାସ୍ତାର ଗୋଟିଏ ପାର୍ଶ୍ୱରୁ ଆଜିଠାରୁ ବଡ଼ ଧରଣର ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ବିଏମସି ଏବଂ ବିଡିଏ ପକ୍ଷରୁ ମିଳିତ ଭାବେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଜି ଗୋଟିଏ ଦିନରେ ପ୍ରାୟ ୮୧ଟି ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ।ପୂର୍ବରୁ ଏହି ଅଞ୍ଚଳରେ ୫୫୦ରୁ ଅଧିକ ଜବରଦଖଲ ହଟାଯାଇ ସାରିଛି। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ପୂର୍ତ୍ତମନ୍ତ୍ରୀଙ୍କ ସମୀକ୍ଷା ଅନୁଯାୟୀ, ଆସନ୍ତା ଏପ୍ରିଲ ୩୦ ତାରିଖ ସୁଦ୍ଧା ଏହି ରାସ୍ତାକୁ ସମ୍ପୂର୍ଣ୍ଣ ରୂପେ ଖୋଲିବା ପାଇଁ ନିର୍ଦ୍ଦେଶ ରହିଛି। ସେଥିପାଇଁ ଉଚ୍ଛେଦ ପ୍ରକ୍ରିୟାକୁ ଜୋରଦାର କରାଯାଇଛି।

What's Your Reaction?

like

dislike

love

funny

angry

sad

wow