ବଂଶଧାରାରେ ବଢ଼ିଲା ଜଳସ୍ତର : ଜଳସ୍ତର ଆହୁରି ବୃଦ୍ଧି ପାଇ ଓ୍ବାର୍ନିଂ ଲେବେଲ୍ ପାର

Sep 25, 2026 - 12:07
ବଂଶଧାରାରେ ବଢ଼ିଲା ଜଳସ୍ତର : ଜଳସ୍ତର ଆହୁରି ବୃଦ୍ଧି ପାଇ ଓ୍ବାର୍ନିଂ ଲେବେଲ୍ ପାର

ବଂଶଧାରା ନଦୀରେ ଜଳସ୍ତର ଆହୁରି ବୃଦ୍ଧି ପାଇ ଓ୍ବାର୍ନିଂ ଲେବେଲ୍ ପାର କରିଛି। ଆଜି ସକାଳ ୬ଟା ସୁଦ୍ଧା କାଶୀନଗରଠାରେ ନଦୀର ଜଳସ୍ତର ୫୪.୪୧ ମିଟର ରେକର୍ଡ ହୋଇଛି। 

ବଂଶଧାରା ନଦୀରେ ଜଳସ୍ତର ଆହୁରି ବୃଦ୍ଧି ପାଇ ଓ୍ବାର୍ନିଂ ଲେବେଲ୍ ପାର କରିଛି ।  ଆଜି ସକାଳ ୬ଟା ସୁଦ୍ଧା କାଶୀନଗରଠାରେ ନଦୀର ଜଳସ୍ତର ୫୪.୪୧ ମିଟର ରେକର୍ଡ ହୋଇଛି। ଏହା ନିର୍ଦ୍ଧାରିତ ବିପଦସଙ୍କେତ ସ୍ତର ୫୪.୬୦ ମିଟରଠାରୁ ମାତ୍ର ୧୯ ସେମି ତଳେ ରହିଛି। ନଦୀର ଚେତାବନୀ ସ୍ତର ୫୪.୧୦ ମିଟର ଥିବା ବେଳେ ବର୍ତ୍ତମାନ ଜଳସ୍ତର ଏହାଠାରୁ ୩୧ ସେମି ଅଧିକ ରହିଛି। ଗତ କିଛି ଦିନ ଧରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବଂଶଧାରା ସମେତ ବିଭିନ୍ନ ନଦୀ ଓ ନାଳରେ ଜଳପ୍ରବାହ ବଢ଼ିଛି । ଗତ ୨୪ ଘଣ୍ଟାରେ କାଶୀନଗରରେ ୧୧.୬ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଜିଲ୍ଲାର ଚଳିତ ଋତୁର ସଞ୍ଚିତ ବର୍ଷା ପରିମାଣ ୭୫୩.୮ ମିମି ରହିଛି । ଜଳସ୍ତର ବିପଦସଙ୍କେତ ନିକଟତର ହୋଇଥିବାରୁ ନଦୀକୂଳିଆ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସତର୍କ ନଜର ରଖାଯାଇଛି । 

What's Your Reaction?

like

dislike

love

funny

angry

sad

wow