ବଙ୍ଗୋପସାଗରରେ ଅବପାତର ରୂପ ନେଲା ସୁଦୃଶ୍ୟ ଲଘୁଚାପ

Sep 1, 2024 - 12:10
 0  6
ବଙ୍ଗୋପସାଗରରେ ଅବପାତର ରୂପ ନେଲା ସୁଦୃଶ୍ୟ ଲଘୁଚାପ

ବଙ୍ଗୋପସାଗରରେ ଅବପାତର ରୂପ ନେଲା ସୁଦୃଶ୍ୟ ଲଘୁଚାପ। କ୍ରମଶଃ ଏହା ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇ ମଧ୍ୟ ରାତିରେ ଉତ୍ତର ଆନ୍ଧ୍ର ଓ ସଂଲଗ୍ନ ଦକ୍ଷିଣ ଓଡିଶା ଉପକୂଳରେ ସ୍ଥଳଭାଗ କରିବ ଅତିକ୍ରମ।ବର୍ତ୍ତମାନ କଳିଙ୍ଗପଟ୍ଟନମ ଠାରୁ ୮୦ କିମି, ଗୋପାଳପୁର ଠାରୁ ୧୮୦ କିମି ଦୂରରେ ରହିଛି ଅବପାତ। ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା । ବିଶେଷ କରି ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ରହିଛି ସମ୍ଭାବନା ।ଫଳରେ ଏହି ଜିଲ୍ଲାଗୁଡ଼ିକୁ ଜାରି କରାଯାଇଛି କମଳା ସତର୍କତା। ସେହିପରି ନୂଆପଡ଼ା, କଳାହାଣ୍ଡି,କନ୍ଧମାଳ,ରାୟଗଡ଼ା, ଗଜପତି ଓ ବଲାଙ୍ଗିର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଜାରି କରାଯାଇଛି ହଳଦିଆ ସତର୍କତା। ଲଘୁଚାପ ପାଇଁ ସମୁଦ୍ର ଅଶାନ୍ତ ରହୁଥିବାରୁ ୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ କରାଯାଇଛି ବାରଣ। 

What's Your Reaction?

like

dislike

love

funny

angry

sad

wow