ବନ୍ଦ ହେବ ହିଣ୍ଡେନବର୍ଗ ରିସର୍ଚ୍ଚ
ବନ୍ଦ ହେବ ଆମେରିକାର ସର୍ଟସେଲର ଫାର୍ମ ହିଣ୍ଡେନବର୍ଗ ଅନୁସନ୍ଧାନ। ଏନେଇ ସୂଚନା ଦେଇଛନ୍ତି କମ୍ପାନୀ ପ୍ରତିଷ୍ଠାତା ନାଟେ ଆଣ୍ଡରସନ।ନିଜ କର୍ମଚାରୀଙ୍କୁ ଏକ ବାର୍ତ୍ତା ପ୍ରଦାନ କରି ନାଥାନ କହିଛନ୍ତି ଯେ, ଅନେକ ଆଲୋଚନା ବିଚାର ବିମର୍ଷ ପରେ ନିଆଯାଇଛି ଏହି ନିଷ୍ପତ୍ତି। ଅଦାନୀ ଗ୍ରୁପ୍ ବିରୋଧରେ ଅନୁସନ୍ଧାନ ରିପୋର୍ଟ ପ୍ରସ୍ତୁତ କରି ସାରା ବିଶ୍ବରେ ଚହଳ ସୃଷ୍ଟି କରିଥିଲା ଆମେରିକୀୟ କମ୍ପାନୀ ହିଣ୍ଡେନ୍ବର୍ଗ । ନାଥାନ ଆହୁରି ମଧ୍ୟ ଲେଖିଛନ୍ତି ଯେ, 'ଗତ ବର୍ଷ ଶେଷ ବେଳକୁ ଯାହା ମୁଁ ମୋ ପରିବାର ଓ ସହଯୋଗୀଙ୍କ ସହ ଆଲୋଚନା କରିଥିଲି ତାହା ଏବେ କରିବାକୁ ଯାଉଛି । ମୁଁ ହିଣ୍ଡେନବର୍ଗ ଅନୁସନ୍ଧାନକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି। ପୂର୍ବ ଯୋଜନା ଅନୁସାରେ ଏବେ ଚାଲୁ ରହିଥିବା ସବୁ ଅନୁସନ୍ଧାନ ସମାପ୍ତ ହେଲେ ବନ୍ଦ ହୋଇଯିବ କମ୍ପାନୀ ।' ମୁଁ ଏ ସବୁ ବହୁତ ଖୁସିରେ ଲେଖୁଛି ବୋଲି ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ନାଥାନ ଏଣ୍ଡରର୍ସନ୍।
What's Your Reaction?