ବନ୍ଧୁକଚାଳନାରେ ଭାରତକୁ ଯୁଗଳ ଖୁସି: କମଲଜିତ-ସୁରୁଚିଙ୍କୁ ସ୍ବର୍ଣ୍ଣ, ରାଇଫଲ୍ ଦଳକୁ ରୌପ୍ୟ

Sep 25, 2026 - 12:22
ବନ୍ଧୁକଚାଳନାରେ ଭାରତକୁ ଯୁଗଳ ଖୁସି: କମଲଜିତ-ସୁରୁଚିଙ୍କୁ ସ୍ବର୍ଣ୍ଣ, ରାଇଫଲ୍ ଦଳକୁ ରୌପ୍ୟ

ଯୋଗ୍ୟତା ପର୍ଯ୍ୟାୟରେ ମଧ୍ୟ କମଲଜିତ-ସୁରୁଚି ଚମତ୍କାର ପ୍ରଦର୍ଶନ କରିଥିଲେ। ଉଭୟ ୫୮୭ ସ୍କୋର୍ ସହ ଶୀର୍ଷରେ ରହି ୨୦୨୩ ହାଙ୍ଗ୍‌ଝୌ ଏସୀୟ କ୍ରୀଡ଼ାରେ ସରବଜୋତ ସିଂହ ଓ ଦିବ୍ୟା ସୁବାରାଜୁଙ୍କ ୫୭୭ ସ୍କୋର୍‌ର ରେକର୍ଡ ଭାଙ୍ଗିଥିଲେ। 

 ଚଳିତ ଏସୀୟ କ୍ରୀଡ଼ାରେ ଶୁକ୍ରବାର ବନ୍ଧୁକଚାଳନାରୁ ଭାରତକୁ ମିଳିଛି ଯୁଗଳ ସଫଳତା। ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଯୋଡ଼ିରେ କମଲଜିତ ଓ ସୁରୁଚି ସିଂହ ଏସୀୟ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ୫୦ ମିଟର ରାଇଫଲ୍ ୩ ପୋଜିସନ୍ ଦଳକୁ ରୌପ୍ୟ ପଦକ ମିଳିଛି। ଏହା ଚଳିତ ଏସୀୟ କ୍ରୀଡ଼ାର ବନ୍ଧୁକଚାଳନାରେ ଭାରତର ପ୍ରଥମ ସ୍ବର୍ଣ୍ଣ ଏବଂ ମୋଟ ଉପରେ ଦ୍ବିତୀୟ ସ୍ବର୍ଣ୍ଣ ପଦକ।

ବ୍ୟକ୍ତିଗତ ବର୍ଗରେ ଆଶାନୁରୂପ ସଫଳତା ପାଇନଥିବା କମଲଜିତ ଓ ସୁରୁଚି ମିଶ୍ରିତ ଯୁଗଳରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। ୪ ଯୋଡ଼ିଆ ଫାଇନାଲରେ ଭାରତୀୟ ଯୋଡ଼ି ୪୮୪.୬ ସ୍କୋର୍ କରି ନୂଆ ଏସୀୟ ରେକର୍ଡ ସହ ଶୀର୍ଷ ସ୍ଥାନ ଦଖଲ କରିଥିଲେ। ପୂର୍ବ ରେକର୍ଡ ଉଜବେକିସ୍ତାନ ଯୋଡ଼ିଙ୍କ ନାମରେ ୪୮୧.୩ ଥିଲା। ଦକ୍ଷିଣ କୋରିଆର ସୁହିଓନ୍ ହଙ୍ଗ ଓ ଜାଏଉନ୍ ଚୋ ୪୭୮.୦ ସ୍କୋର୍ ସହ ରୌପ୍ୟ ଏବଂ ଇରାନର ବାହିଦ ଗୋଲଖାନ୍ଦନ ଓ ହାନିୟେ ରୋଷ୍ଟାମିୟାଁ କାଂସ୍ୟ ପଦକ ଜିତିଥିଲେ।

ଯୋଗ୍ୟତା ପର୍ଯ୍ୟାୟରେ ମଧ୍ୟ କମଲଜିତ-ସୁରୁଚି ଚମତ୍କାର ପ୍ରଦର୍ଶନ କରିଥିଲେ। ଉଭୟ ୫୮୭ ସ୍କୋର୍ ସହ ଶୀର୍ଷରେ ରହି ୨୦୨୩ ହାଙ୍ଗ୍‌ଝୌ ଏସୀୟ କ୍ରୀଡ଼ାରେ ସରବଜୋତ ସିଂହ ଓ ଦିବ୍ୟା ସୁବାରାଜୁଙ୍କ ୫୭୭ ସ୍କୋର୍‌ର ରେକର୍ଡ ଭାଙ୍ଗିଥିଲେ।

ଅନ୍ୟପଟେ ପୁରୁଷ ୫୦ ମିଟର ରାଇଫଲ୍ ୩ ପୋଜିସନ୍ ଦଳୀୟ ବର୍ଗରେ ଐଶ୍ବର୍ଯ୍ୟ ପ୍ରତାପ ସିଂହ ତୋମାର, ରୁଦ୍ରାକ୍ଷ ପାଟିଲ ଓ ନୀରଜ କୁମାରଙ୍କ ଭାରତୀୟ ଦଳ ୧୭୬୨ ସ୍କୋର୍ ସହ ରୌପ୍ୟ ଜିତିଛି। ଚୀନ୍ ୧୭୬୬ ସ୍କୋର୍ ସହ ସ୍ବର୍ଣ୍ଣ ଏବଂ କୋରିଆ ୧୭୫୧ ସ୍କୋର୍ ସହ କାଂସ୍ୟ ଜିତିଛି। ତୋମାର ଓ ନୀରଜ ବ୍ୟକ୍ତିଗତ ଫାଇନାଲ୍‌କୁ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତି।

What's Your Reaction?

like

dislike

love

funny

angry

sad

wow