ବାଙ୍ଗିରିପୋଲ ଉପରେ ୨ ଫୁଟ୍ ପାଣି, ୩ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ, ରାସ୍ତା ସିଲ୍ କଲା ପ୍ରଶାସନ
ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଦହଣା-ଡଙ୍ଗରଭେଜା ଗାଁ ମଝିରେ ଥିବା ବାଙ୍ଗିରିପୋଲ ଉପରେ ପ୍ରାୟ ୨ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଛି । ଫଳରେ ଜିଲ୍ଲା ମୁଖ୍ୟାଳୟରୁ ଦହଣା, ଜଗନ୍ନାଥପୁର ଓ ଝାଡ଼ବନ୍ଧଗୁଡ଼ା—ଏହି ୩ଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି ।

ଏହି ରାସ୍ତା ନନ୍ଦାହାଣ୍ଡି ବ୍ଲକ୍ କାର୍ଯ୍ୟାଳୟ ଓ ଜିଲ୍ଲା ମୁଖ୍ୟାଳୟକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା। ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ନବରଙ୍ଗପୁରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ସୁରକ୍ଷା ଦୃଷ୍ଟିରୁ ପୋଲ ଉପର ଦେଇ ଯାତାୟାତ ନକରିବା ପାଇଁ ପ୍ରଶାସନ ପକ୍ଷରୁ ଉଭୟ ପଟରୁ ରାସ୍ତା ସିଲ୍ କରାଯାଇଛି। ପୋଲର ଦୁଇ ପାର୍ଶ୍ୱରେ ପୁଲିସ ଓ ଅଗ୍ନିଶମ ବାହିନୀ ମୁତୟନ ଅଛନ୍ତି
What's Your Reaction?