ବିଜେଡିରୁ ନିଲମ୍ବନ ପରେ ବଡ଼ ବୟାନ ଦେଲେ ଅରବିନ୍ଦ ମହାପାତ୍ର
Patkura MLA Arvind Mahapatra has been suspended from the Biju Janata Dal (BJD). BJD President Naveen Patnaik suspended him from the party citing anti-party activities. However, the decision has been strongly refuted by Arvind Mahapatra’s father, Bijay Mahapatra. He stated that expelling his son from the party is shocking and questioned the basis on which such a step was taken. He alleged that there could be a conspiracy behind Arvind’s suspension. Although he has been labeled as a traitor, Bijay Mahapatra said the public will decide who actually betrayed whom. Meanwhile, reacting to his suspension, Arvind Mahapatra stated that he has neither indulged in anti-party activities nor betrayed the party. He said he does not know why the party took such a decision and that it would be appropriate for the party to explain it. He challenged the leadership to prove any wrongdoing on his part, asserting that he has fulfilled his duties honestly both inside and outside the Assembly. He also claimed that during his one and a half years as an MLA, he has not been tainted by any corruption allegations.
ବିଜେଡିରୁ ନିଲମ୍ବିତ ହୋଇଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର। ଦଳ ବିରୋଧୀ କାର୍ଯ୍ୟ କରୁଥିବା ଦର୍ଶାଇ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ତେବେ ଏହାକୁ ଖଣ୍ଡନ କରିଛନ୍ତି ଅରବିନ୍ଦଙ୍କ ବାପା ବିଜୟ ମହାପାତ୍ର। ସେ କହିଛନ୍ତି ଯେ,ପୁଅକୁ ଦଳକୁ ବିଦା କରିବା ମୋ ପାଇଁ ଆଶ୍ଚର୍ଯ୍ୟଜନକ।କେଉଁ ଆଧାରରେ ଏମିତି ପଦକ୍ଷେପ ନିଆଗଲା ତାହା କହିବା କଷ୍ଟକର।ଅରବିନ୍ଦଙ୍କ ନିଲମ୍ବନ ପଛରେ ଥାଇପାରେ ଷଡଯନ୍ତ୍ର । ବିଶ୍ବାସଘାତକ କହି ନିଲମ୍ବନ କରାଯାଇଛି କିନ୍ତୁ କିଏ ବିଶ୍ବାସଘାତକ କରିଛନ୍ତି ତାହା ଲୋକେ କହିବେ। ସେହିପରି ବିଜେଡିରୁ ନିଲମ୍ବନ ପରେ ଅରବିନ୍ଦ କହିଛନ୍ତି ଯେ, ମୁଁ ଦଳ ବିରୋଧୀ କାର୍ଯ୍ୟ କରିନାହିଁ କି ବିଶ୍ୱାସ ଘାତକତା କରିନାହିଁ। ଦଳ ଏପରି ନିଷ୍ପତ୍ତି କାହିଁକି ନେଲା ତାହା ମୁଁ ଜାଣିନାହିଁ। ତାହା ଦଳ କହିବା ଠିକ୍ ହେବ। ମୁଁ କ’ଣ ଭୁଲ୍ କରିଛି ତାକୁ ସାବ୍ୟସ୍ତ କରନ୍ତୁ। ବିଧାନସଭା ବାହାରେ ହେଉ କି ବିଧାନସଭା ଭିତରେ ହେଉ ମୁଁ ଠିକ୍ ଭାବେ ତୁଲାଇଛି କର୍ତ୍ତବ୍ୟ। ଦେଢ ବର୍ଷ ବିଧାୟକରେ ଲାଗିନି ଦୁର୍ନୀତିର ଛିଟା।
What's Your Reaction?