ବୋମା ଥିବା ଧମକ ପରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: ପୁଣି ବିମାନରେ ବୋମା ଧମକ। ଇଣ୍ଡିଗୋ ବିମାନରେ ବୋମା ଥିବା ଧମକ ମିଳିଛି। ଆଜି ସକାଳୁ ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଏକ ଇଣ୍ଡିଗୋ ବିମାନ ଉଡାଣ ଭରିଥିଲା। ଫ୍ଲାଇଟ୍ ର କ୍ରୁ ମେମ୍ବରଙ୍କୁ ହଠାତ୍ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଏବଂ ସେଥିରେ ଲେଖାଥିଲା ଡୁ ନଟ୍ ଲ୍ୟାଣ୍ଡ ବମ୍ବେ , ୟୁ ଲ୍ୟାଣ୍ଡ ବମ୍ ବ୍ଲାଷ୍ଟ । ଏହି ଘଟଣା ଘଟିବା ପରେ ମୁମ୍ବାଇ ବିମାନ ବନ୍ଦରରେ ଏମରଜେନ୍ସି ଘୋଷଣା କରାଯାଇଥିଲା। ଏ ନେଇ ତୁରନ୍ତ ସୁରକ୍ଷା ଏଜେନ୍ସିକୁ ଖବର ଦିଆଯାଇଥିଲା। ପରେ ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଥିଲା। ତେବେ ଏହି ଘଟଣାକୁ ନେଇ ଯାତ୍ରୀ ମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ପୂର୍ବରୁ ମଧ୍ୟ ଅନେକଥର ବିମାନକୁ ବୋମା ଧମକ ମିଳିଥିଲା।
What's Your Reaction?






