ବ୍ୟବସାୟୀଙ୍କୁ ହତ୍ୟା ମାମଲାରେ ପ୍ରଧାନଶିକ୍ଷକ ଗିରଫ
ବୌଦ୍ଧର ବହୁଚର୍ଚ୍ଚିତ ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲ ହତ୍ୟା ମାମଲାରେ ବଡ଼ ଖୁଲାସା । ହତ୍ୟାକାଣ୍ଡର ୮ ଦିନ ପରେ ପୁଲିସ ହାତରେ ଧରାପଡ଼ିଛି ମାଷ୍ଟରମାଇଣ୍ଡ । ଆଉ ଏହି ମାମଲାରେ ମାଷ୍ଟରମାଇଣ୍ଡ ଭାବେ ଗିରଫ ହୋଇଛନ୍ତି ଜଣେ ପ୍ରଧାନଶିକ୍ଷକ ।
ବୌଦ୍ଧର ବହୁଚର୍ଚ୍ଚିତ ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲ ହତ୍ୟା ମାମଲାରେ ବଡ଼ ଖୁଲାସା । ହତ୍ୟାକାଣ୍ଡର ୮ ଦିନ ପରେ ପୁଲିସ ହାତରେ ଧରାପଡ଼ିଛି ମାଷ୍ଟରମାଇଣ୍ଡ । ଆଉ ଏହି ମାମଲାରେ ମାଷ୍ଟରମାଇଣ୍ଡ ଭାବେ ଗିରଫ ହୋଇଛନ୍ତି ଜଣେ ପ୍ରଧାନଶିକ୍ଷକ । ଛତନିଆକଟା ସ୍କୁଲର ପ୍ରଧାନଶିକ୍ଷକ ସ୍ୱାଧୀନ ପ୍ରଧାନଙ୍କୁ ଗିରଫ କରିଛି ପୁିଲସ । ଏହି ଗିରଫଦାରୀ ପରେ ହତ୍ୟାକାଣ୍ଡ ପଛର ଷଡ଼ଯନ୍ତ୍ରକୁ ନେଇ ଅନେକ ପ୍ରଶ୍ନ ଉଠିଛି । ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବିରୁପାକ୍ଷ ଅଗ୍ରୱାଲ ନିଜର ପୂର୍ବ ବ୍ୟବସାୟିକ ସମ୍ପର୍କ ଥିବା ବନ୍ଧାପଥର ଗ୍ରାମର ସ୍ୱାଧୀନ ପ୍ରଧାନ (୪୫)ଙ୍କ ସହ ଜିଲ୍ଲା ବାହାରକୁ ଯାଇଥିଲେ। ବ୍ୟବସାୟିକ କାରବାର ସମ୍ପର୍କରେ ସ୍ୱାଧୀନ ପ୍ରଧାନ ମୃତକଙ୍କଠାରୁ ଟଙ୍କା ଧାର ନେଇଥିବା ଜଣାପଡ଼ିଥିଲା।
ବୌଦ୍ଧ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ, ବୌଦ୍ଧଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରାଯାଇଥିଲା। ତଦନ୍ତ ସମୟରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ୧୮.୧୧.୨୦୨୭ ତାରିଖରେ ଅଦାଲତକୁ ପଠାଯାଇଥିଲା। ଏହାପରେ, ଘଟଣା ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ସହାୟତା କରିଥିବା ଅଭିଯୋଗରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ୧୯.୧୧.୨୦୨୭ ତାରିଖରେ ଅଦାଲତକୁ ପଠାଯାଇଥିଲା। ୨୦.୧୧.୨୦୨୭ ତାରିଖରେ ପୁଲିସ ଦଳ ବଘିଆପଡ଼ା ଅଞ୍ଚଳ ନିକଟରୁ ମୁଖ୍ୟ ଅଭିଯୁକ୍ତ ସ୍ୱାଧୀନ କୁମାର ପ୍ରଧାନକୁ ଧରିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ସ୍ୱାଧୀନ ପ୍ରଧାନ ଓ ବିରୁପାକ୍ଷ ଅଗ୍ରୱାଲ ପ୍ରାୟ ୧୩ ବର୍ଷ ଧରି ପରସ୍ପରକୁ ଜାଣିଥିଲେ ଏବଂ ପ୍ରାୟ ୩ ବର୍ଷ ଧରି ବ୍ୟବସାୟିକ କାରବାରରେ ଜଡ଼ିତ ଥିବା ଅଭିଯୋଗ ରହିଛି।
ସେହି କାରବାର ସମ୍ପର୍କିତ ଆର୍ଥିକ ବିବାଦ ଅପରାଧର ପଛରେ କାରଣ ଥିଲା କି ନାହିଁ, ତାହା ତଦନ୍ତ କରାଯାଉଛି। ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ ସ୍ୱାଧୀନ ପ୍ରଧାନ ବିରୁପାକ୍ଷ ଅଗ୍ରୱାଲଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିବା ଏବଂ ଏ ସମ୍ପର୍କରେ ଅନ୍ୟ ଅଭିଯୁକ୍ତମାନଙ୍କ ସହ ଆଲୋଚନା କରିଥିବା ଅଭିଯୋଗ ରହିଛି। ୧୨.୧୧.୨୦୨୭ ତାରିଖରେ ସ୍ୱାଧୀନ ପ୍ରଧାନ ବିରୁପାକ୍ଷ ଅଗ୍ରୱାଲଙ୍କୁ ଫୋନ୍ କରି ଟଙ୍କା ଦେବା ବାହାନାରେ କଳା ରଙ୍ଗର ହୋଣ୍ଡା ୟୁନିକର୍ଣ୍ଣ ମୋଟରସାଇକେଲ (ପଞ୍ଜୀକରଣ ନଂ. OD27C0313) ରେ କଦଳିଗଡ଼ ଅଞ୍ଚଳକୁ ନେଇଥିବା ଅଭିଯୋଗ ରହିଛି। ପୁଲିସର ତଦନ୍ତ ଅନୁଯାୟୀ, ବିରୁପାକ୍ଷ ଅଗ୍ରୱାଲ ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ତାକୁ ଆକ୍ରମଣ କରି ହତ୍ୟା କରିଥିଲେ । ହତ୍ୟା ପରେ ସ୍ୱାଧୀନ ପ୍ରଧାନ ମୃତକଙ୍କ ମୁହଁ ବିକୃତ କରିଦେଇଥିଲା।
What's Your Reaction?