ମଙ୍କି ପକ୍ସ ପାଇଁ ନିର୍ଦ୍ଦେଶାବଳୀ ଜାରି

Sep 19, 2024 - 17:58
 0  0
ମଙ୍କି ପକ୍ସ ପାଇଁ ନିର୍ଦ୍ଦେଶାବଳୀ ଜାରି

ଓଡିଶାରେ ମଙ୍କି ପକ୍ସ ପାଇଁ ଜାରି ହେଲା ନିର୍ଦ୍ଦେଶାବଳୀ। ସବୁ ଜିଲ୍ଲା ଓ ବିମାନ ବନ୍ଦର ଅଧିକାରୀଙ୍କୁ  ଜାରି କରାଯାଇଛି ନିର୍ଦ୍ଦେଶାବଳୀ। ଏନେଇ ସୂଚନା ଦେଇଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ଭାରତରେ ମଙ୍କି ପକ୍ସ ସଂଖ୍ୟା ବହୁତ କମ ରହିଛି । ଯେଉଁ ମାନେ ଆର୍ନ୍ତଜଆତୀୟ ଯାତ୍ରା କରୁଛନ୍ତି ଏବଂ ମଙ୍କି ପକ୍ସ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ପୃଥକବାସ କରି ନମୁନା ପରୀକ୍ଷା ପାଇଁ କୁହାଯାଇଛି। ଏନେଇ ସେମାନେ ଦେବେ ସେଲ୍ଫ ଡିକଲାରେସନ ଫର୍ମ। ଲକ୍ଷଣ ପ୍ରକାଶ ପାଇଲେ ସେମାନଙ୍କୁ ରଖାଯିବ ପୃଥକବାସରେ। ଏମ୍ସ ଭୁବେନେଶ୍ୱରରେ ଥିବା ଲବ୍ରୋଟେରିକୁ ପଠାଯିବ ନମୁନା । ତେବେ ଲକ୍ଷଣ ଥିବା ଲୋକ ଓଡିଶାକୁ ଆସିନାହାନ୍ତି । ଏଥିପାଇଁ ପ୍ରସ୍ତୁତ ରହିବାକୁ ଦିଆଯାଇଛି ନିର୍ଦ୍ଦେଶ।

What's Your Reaction?

like

dislike

love

funny

angry

sad

wow