ମଲ୍ଲିକାର୍ଜୁନ ଖଡଗେଙ୍କ ବୟାନବାଜିକୁ ନେଇ ତେଜିଲା ରାଜନୀତି

Apr 22, 2026 - 16:15
 0  2
ମଲ୍ଲିକାର୍ଜୁନ ଖଡଗେଙ୍କ ବୟାନବାଜିକୁ ନେଇ ତେଜିଲା ରାଜନୀତି

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବୟାନବାଜିକୁ ନେଇ ତେଜିଲା ରାଜନୀତି।ଖଡଗେଙ୍କ ବିରୋଧରେ ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ,ନିର୍ମଳା ସୀତାରମଣଙ୍କ ସମେତ ଅନେକ ବରିଷ୍ଠ ବିଜେପି ନେତା। ଚେନ୍ନାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆତଙ୍କବାଦୀ କହିଥିଲେ ଅଖିଳ ଭାରତ କଂଗ୍ରେସ କମିଟି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ।ଏଭଳି ବୟାନକୁ ନେଇ ଏବେ ବିଜେପିରେ ସୃଷ୍ଟି ହୋଇଛି ଝଡ। ସେପଟେ ଏହି ଘଟଣାରେ ଖଡଗେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ,ତାଙ୍କ କହିବାର ଅର୍ଥ ହେଉଛି,ଲୋକଙ୍କୁ ଏବଂ ରାଜନୈତିକ ଦଳଗୁଡ଼ିକୁ ଆତଙ୍କିତ କରୁଛନ୍ତି  ପ୍ରଧାନମନ୍ତ୍ରୀ ମୋଦୀ। ସେ କେବେ ପ୍ରଧାନମନ୍ତ୍ରୀଙ୍କୁ କହି ନାହାନ୍ତି ଆତଙ୍କବାଦୀ।

What's Your Reaction?

like

dislike

love

funny

angry

sad

wow