ମହାନଦୀ ବେସିନରେ ONGCର ବଡ଼ ସଫଳତା, ଓଡ଼ିଶା ଉପକୂଳ ନିକଟରେ ଗ୍ୟାସ୍ ଠାବ
ଓଡ଼ିଶା ଉପକୂଳଠାରୁ ପ୍ରାୟ ୪୩ କିଲୋମିଟର ଦୂର ମହାନଦୀ ବେସିନର ଡିପ୍ୱାଟର୍ ଅଞ୍ଚଳରେ ONGC ଗ୍ୟାସ୍ ଠାବ କରିଛି। ସେପ୍ଟେମ୍ବର ୧୮ରେ ପ୍ରାୟ ୧,୪୫୦ ମିଟର ଗଭୀରତାରେ MDW-28 କୂପରୁ ଗ୍ୟାସ୍ ମିଳିଛି।
ମହାନଦୀ ଉପତଟୀୟ ଅବବାହିକାରେ ବାହାରିଲା ଗ୍ୟାସ୍ । ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଦେଖାଦେଇଥିବା ତୈଳ ଓ ଗ୍ୟାସ୍ ସଙ୍କଟ ମଧ୍ୟରେ ଐତିହାସିକ ସଫଳତା ପାଇଛି ଭାରତ ଏକ। ମହାନଦୀ ଉପତଟୀୟ ଅବବାହିକାରେ ଖନନ ବେଳେ ଗ୍ୟାସ୍ ବାହାରିଛି। ‘ସମୁଦ୍ର ମନ୍ଥନ’ ଅଭିଯାନ ଅଧୀନରେ ରାଷ୍ଟ୍ରାୟତ୍ତ ସଂସ୍ଥା ‘ଓଏନ୍ଜିସି’ ମହାନଦୀ ଅବବାହିକାରେ ଗଭୀର ସମୁଦ୍ରରେ ଗ୍ୟାସ୍ ଅନ୍ବେଷଣ ପାଇଁ ଖନନ କରୁଥିଲା। ସେଥିରୁ ଏହି ସଫଳତା ମିଳିଥିବା କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ଏହା ଭାରତକୁ ଗ୍ୟାସ୍ କ୍ଷେତ୍ରରେ ଆତ୍ମନିର୍ଭର କରିବା ଓ ଆମଦାନି ନିର୍ଭରଶୀଳତା କମ୍ କରିବାରେ ସହାୟକ ହୋଇପାରିବ ।
ଓଏନ୍ଜିସି ଅନୁଯାୟୀ, ମହାନଦୀ ଅବବାହିକାରେ ‘ଏମ୍ଏନ୍-ଡିଡବ୍ଲ୍ୟୁ୧୮-୧-ଏଚ୍-ଡି’ ଅଞ୍ଚଳରେ ଗଭୀର କୂପ ଏମ୍ଡିଡବ୍ଲ୍ୟୁ-୨୮ର ଖନନ ବେଳେ ଗ୍ୟାସ୍ ମିଳିଛି। ଏହି କୂପରେ ୧୪୧୧-୧୪୫୨ ମିଟର ଖନନ ବେଳେ ଗ୍ୟାସ୍ ଠାବ କରାଯାଇଥିଲା। ଏହି କୂପ କୋଣାର୍କ ତଟରୁ ୪୩ କିଲୋମିଟର ଦୂରରେ ରହିଛି ଏବଂ ମହାନଦୀ ଅବବାହିକାରେ ଖୋଳାଯାଇଥିବା ଏହା ପ୍ରଥମ କୂପ। ସମୁଦ୍ର କୂଳଠାରୁ ପାଖରେ ଥିବାରୁ ଏହି ଗ୍ୟାସ୍ର ଶୀଘ୍ର ବାଣିଜ୍ୟିକ ଉପଯୋଗ ଆରମ୍ଭ ହୋଇପାରିବ ବୋଲି କମ୍ପାନି କହିଛି। ତେବେ ଏହା ପୂର୍ବରୁ ଆହୁରି ଅନୁଶୀଳନ ଓ ବାଣିଜ୍ୟିକ ଅନୁଧ୍ୟାନର ଆବଶ୍ୟକତା ରହିଛି। ଗତ ତିନି ଦିନ ଧରି ଏହି କୂପରୁ ଲଗାତାର ଭାବେ ଗ୍ୟାସ୍ ଉତ୍ସାହଜନକ ଗତିରେ ବାହାରୁଥିବା କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।
ମହାନଦୀରେ ଗ୍ୟାସ ସନ୍ଧାନ
ଓଡ଼ିଶାର ମହାନଦୀ ଉପତଟୀୟ ଅବବାହିକାରେ ଗ୍ୟାସ୍ ସନ୍ଧାନ
ରାଷ୍ଟ୍ରାୟତ୍ତ ଶକ୍ତି ସଂସ୍ଥା ‘ଓଏନ୍ଜିସି’ ଏହି ଗ୍ୟାସ୍ର ସନ୍ଧାନ କରିଛି
ଏମ୍ଏନ୍-ଡିଡବ୍ଲ୍ୟୁ୧୮-୧-ଏଚ୍-ଡି’ ଅଞ୍ଚଳରେ ଥିବା ଗଭୀର କୂପ ‘ଏମ୍ଡିଡବ୍ଲ୍ୟୁ-୨୮’ ଖୋଳାଯିବା ସମୟରେ ଏହା ମିଳିଛି
କୋଣାର୍କ ତଟରୁ ମାତ୍ର ୪୩ କିମି ଦୂରରେ ଥିବା ‘ଏମ୍ଡିଡବ୍ଲ୍ୟୁ-୨୮’ କୂପରୁ ଏହି ସନ୍ଧାନ ମିଳିଛି
ଏହି କୂପର ୧୪୧୧ରୁ ୧୪୫୨ ମିଟର ଗଭୀରତାରୁ ଗ୍ୟାସ୍ ଠାବ କରାଯାଇଛି
ଜୁଲାଇ ୨୫ରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହାକୁ ଆରମ୍ଭ କରିଥିଲେ
ସମୁଦ୍ର କୂଳଠାରୁ ପାଖରେ ଥିବାରୁ ଏହାର ଶୀଘ୍ର ବାଣିଜ୍ୟିକ ଉପଯୋଗ ଓ ଅନୁଶୀଳନ ଆରମ୍ଭ ହେବ
ଭାରତର ପୂର୍ବ ଓ ପଶ୍ଚିମତଟରେ ୬୫୦୦ ନିୟୁତ ମେଟ୍ରିକ୍ ଟନ୍ରୁ ଅଧିକ ତୈଳ ଗଚ୍ଛିତ ଥିବା ଆକଳନ କରାଯାଇଛି
ଏହା ଭାରତକୁ ଗ୍ୟାସ୍ କ୍ଷେତ୍ରରେ ଆତ୍ମନିର୍ଭର କରିବାରେ ସହାୟକ ହେବ
What's Your Reaction?