ମିଳିଲା ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା

Mar 8, 2026 - 15:00
 0  1
 ମିଳିଲା ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା

ମହିଳା ଦିବସରେ ମିଳିଲା ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି। ଡିବିଟି ମାଧ୍ୟମରେ ରାଜ୍ୟର କୋଟିଏ ୨ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୫ ହଜାର କୋଟିରୁ ଅଧିକ ଟଙ୍କା। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପୁରୀ ତାଳବଣିଆରେ ସୁଭଦ୍ରା ସମାବେଶରେ ଯୋଗଦେଇ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏଥର ସାମିଲ ହୋଇଛନ୍ତି  ୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ।

What's Your Reaction?

like

dislike

love

funny

angry

sad

wow