ଯୁକ୍ତ ୩ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଅପରାହ୍ଣ ୪ଟାରୁ ହେବ ଆରମ୍ଭ  

Aug 12, 2024 - 13:12
 0  2
ଯୁକ୍ତ ୩ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଅପରାହ୍ଣ ୪ଟାରୁ ହେବ ଆରମ୍ଭ  

ଯୁକ୍ତ ୩ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ସୋମବାର ଅପରାହ୍ଣ ୪ଟାରୁ ହେବ ଆରମ୍ଭ । ଛାତ୍ରଛାତ୍ରୀମାନେ ୨୯ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ କରିପାରିବେ ଆବେଦନ। ସେପ୍ଟେମ୍ୱର ୨ତାରିଖ ଅପରାହ୍‌ଣ ୪ଟାରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା। ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୩ରୁ ୬ତାରିଖ ମଧ୍ୟରେ ଲେଖାଇ ପାରିବେ ନାମ । ଅପେକ୍ଷା ତାଲିକାରେ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ୧୦ ତାରିଖ ଅପରାହ୍ନ ୨ଟାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ତାଙ୍କ ନୋଟିସ ବୋର୍ଡ ଏବଂ ୱେବ୍‌‌ସାଇଟରେ କରିବେ ପ୍ରକାଶ  ଏବଂ ୧୧ ଓ ୧୨ ତାରିଖରେ ତାଙ୍କର ହେବ ନାମଲେଖା। ଏହାପରେ ସିଟ୍‌‌ ବଳକା ରହିଲେ, ୱେଟିଂ ତାଲି କାରେ ଥିବା ଛାତ୍ରଛାତ୍ରୀଙ୍କୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ପକ୍ଷରୁ କଲ୍‌‌ ଓ ହ୍ୱାଟ୍ସଆପ୍‌‌ ଜରିଆରେ ନାମଲେଖା ପାଇଁ ଅବଗତ କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

What's Your Reaction?

like

dislike

love

funny

angry

sad

wow