ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ସହିଦନଗର ଗଣଦୁଷ୍କର୍ମ ମାମଲା
ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ସହିଦନଗର ଗଣଦୁଷ୍କର୍ମ ମାମଲା । କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ତଦନ୍ତ। ତଦନ୍ତରେ ସହଯୋଗ କରିବେ କମିଶନରେଟ ପୋଲିସ। ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି ପୋଲିସ୍ । ସେମାନେ ହେଲେ ଅକ୍ଷୟ ରାଉତ ଓ ସାହିଲ୍ ଖାନ୍। ଗତ ୧୮ ତାରିଖରେ ଚାକିରି ଦେବାକୁ ଡାକି ଜଣେ ୧୭ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ହୋଇଛି ଅଭିଯୋଗ । ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ଅକ୍ଷୟ ଗତ କିଛି ଦିନ ତଳେ ସାମାଜିକ ଗଣମାଧ୍ଯମରେଦେଇଥିଲେ ଏକ ବିଜ୍ଞାପନ । ସେଥିରେ ସେ ଉଲ୍ଲେଖ କରିଥିଲେ, ଡାଟା ଏଣ୍ଟ୍ରି ଅପରେଟର ପାଇଁ ପିଲା ଆବଶ୍ୟକ। ୧୦ରୁ ୧୨ ହଜାର ମିଳିବ ଦରମା । ଏହା ଦେଖି ନାବାଳିକା ଜଣଙ୍କ ତାଙ୍କୁ ଫୋନ୍ କରିଥିଲେ। ଅଭିଯୁକ୍ତ ଅକ୍ଷୟ ତାଙ୍କୁ ଏକ ଠିକଣା ଦେଇଥିଲେ। ଗତ ୧୮ ତାରିଖ ଦିନ ପ୍ରାୟ ୨ଟା ବେଳେ ସେଠାରେ ପହଞ୍ଚିଥିଲେ ନାବାଳିକା । ଏହାପରେ ଜଣେ ଯୁବକ ବାହାରକୁ ପଳାଇ ଆସି ରୁମ୍ ବାହାର ପଟୁ କରି ଦେଇଥିଲେ ବନ୍ଦ୍ ।ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ ଅକ୍ଷୟ ଓ ସାହିଲ୍ । ଏଥିସହ ଏହି ଅମାନବୀୟ କରିଥିଲେ ଭିଡିଓ । ସ୍ଥିତି ଏମିତି ହୋଇଥିଲା ଯେ ନାବାଳିକା ଜଣଙ୍କ ଚେତା ହରାଇଥିଲେ। ଚେତା ଫେରିବା ପରେ ଅକ୍ଷୟ ଓ ସାହିଲ୍ ନାବାଳିକାଙ୍କୁ ନେଇ ବିଳମ୍ବିତ ରାତିରେ ଆଚାର୍ଯ୍ୟ ବିହାର ଛକରେ ଛାଡ଼ି ଦେଇଥିଲେ। ଘରକୁ ଯାଇ ଘଟଣା ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ ନାବାଳିକା ଜଣକ । ୧୯ ତାରିଖ ଦିନ ପରିବାର ଲୋକ ସହିନଗର ଥାନାରେ ଦେଇଥିଲେ ଏତଲା । ଏହା ପରେ ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା ସହ ବୟାନ ରେକର୍ଡ କରିଥିଲା ପୋଲିସ ।
Jangyaseni Parida