ଶସ୍ତା ହେବ କର୍କଟ ଔଷଧ

ଶସ୍ତା ହେବ କର୍କଟ ଔଷଧ। କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଔଷଧ ଉପରେ ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିଦିଆଯାଇଛି ଜିଏସଟି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସଟି କାଉନସିଲ ବୈଠକରେ ହୋଇଛି ଏହି ବଡ ନିଷ୍ପତ୍ତି ।ଏହାଦ୍ୱାରା ହ୍ରାସ ପାଇବ କର୍କଟ ଚିକିତ୍ସା ଖର୍ଚ୍ଚ । ସେହିପରି ବୈଠକରେ ସ୍ୱାସ୍ଥ୍ୟ ଓ ଜୀବନ ବୀମା ପ୍ରିମିୟମ ଉପରେ ଜିଏସଟି ଦରକୁ ୧୮ ପ୍ରତିଶତରୁ କମ କରିବା ଉପରେ ପ୍ରକାଶ ପାଇଛି ସହମତି । କିନ୍ତୁ ଏହା ଉପରେ ପରବର୍ତ୍ତୀ କାଉନସିଲ ବୈଠକରେ ନିଆଯିବ ନିଷ୍ପତ୍ତି । କାର୍ ସିଟ୍ ଉପରେ ଜିଏସଟି ୧୮ ପ୍ରତିଶତରୁ ୨୮ ପ୍ରତିଶତକୁ କରାଯାଇଛି ବୃଦ୍ଧି। ସେହିପରି ହେଲିକପ୍ଟର ଯୋଗେ ତୀର୍ଥଯାତ୍ରା ହେବ ଶସ୍ତା। ହେଲିକପ୍ଟର ମାଧ୍ୟମରେ ତୀର୍ଥଯାତ୍ରା ଉପରେ ଜିଏସଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିବା ଦାବିକୁ ଗ୍ରହଣ କରିଛି ଜିଏସଟି କାଉନସିଲ।
What's Your Reaction?






