ସଞ୍ଜୟ ମଲହୋତ୍ରା ହେବେ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର
ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଛନ୍ତି ୧୯୯୦ ବ୍ୟଚର ରାଜସ୍ଥାନ କ୍ୟାଡର ଆଇଏଏସ ସଞ୍ଜୟ ମଲହୋତ୍ରା ।ବର୍ତ୍ତମାନ ଦେଶର ରାଜସ୍ୱ ସଚିବ ଭାବେ କାମ କରୁଥିବା ସଞ୍ଜୟ ଡିସେମ୍ବର ୧୧ତାରିଖରୁ ଗ୍ରହଣ କରିବେ କାର୍ଯ୍ୟଭାର। ଏବେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟ କରୁଛନ୍ତି ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ । ଆସନ୍ତା ୩ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ କାମ କରିବେ ସଞ୍ଜୟ ।
Jangyaseni Parida