ସୁଦାନରୁ ଫେରିଲେ ଆଦର୍ଶ
An Odia youth, Adarsh Behera from Jagatsinghpur district, has returned safely from Sudan. He was welcomed at Bhubaneswar Airport. Sharing his experience, Adarsh said that he will remain forever grateful to the Central Government and the Odisha Government for the steps taken to bring him back safely from Sudan. He expressed his heartfelt thanks to Prime Minister Narendra Modi and Chief Minister Mohan Charan Majhi. Adarsh further revealed that he was abducted in El Fasher city of North Darfur state in Sudan by 15 to 20 members of the Rapid Support Forces (RSF). For the first four days, he was kept in the jungle, after which he was imprisoned for about one and a half months. He said he did not know whether he would survive. There were days when he got food, and on other days he had to stay hungry. He was also subjected to physical assault by the RSF. However, after they came to know that he was an Indian, their behavior changed. Some kind-hearted individuals among them extended significant help to him.
ସୁଦାନ ରୁ ସୁରକ୍ଷିତ ଫେରିଲେ ଜଗତସିଂହପୁର ଜିଲ୍ଲାର ଓଡ଼ିଆ ଯୁବକ ଆଦର୍ଶ ବେହେରା ।ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ କରାଯାଇଛି ସ୍ବାଗତ । ନିଜର ପ୍ରତିକ୍ରିୟାରେ ଆଦର୍ଶ କହିଛନ୍ତି ଯେ,ମୋତେ ସୁଦାନରୁ ସୁରକ୍ଷିତ ଫେରାଇ ଆଣିବାରେ କେନ୍ଦ୍ର ଓ ଓଡ଼ିଶା ସରକାର ଯେଉଁଭଳି ପଦକ୍ଷେପ ନେଇଛନ୍ତି , ସେଥିପାଇଁ ମୁଁ ଆଜୀବନ କୃତଜ୍ଞ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜଣାଉଛି ଧନ୍ୟବାଦ।ଆଦର୍ଶ ଆହୁରି କହିଛନ୍ତି ଯେ, ସୁଦାନର ଉତ୍ତର ଡରଫର୍ ରାଜ୍ୟର ଏଲ୍ ଫାସର୍ ସହରରେ ତାଙ୍କୁ ଅପହରଣ କରି ନେଇଥିଲେ ରାପିଡ ସପୋର୍ଟ ଫୋର୍ସର ୧୫ରୁ ୨୦ ଜଣ ସଦସ୍ୟ। ପ୍ରଥମ ୪ ଦିନ ଜଙ୍ଗଲରେ ରଖାଯାଇଥିବାବେଳେ ପରେ ଦେଢ଼ ମାସ କାଳ ରଖାଯାଇଥିଲା କାରାଗାରରେ । ବଞ୍ଚିବି କି ନାହିଁ ତାହା ଜାଣିନଥିଲି। ଦିନେ ଖାଇଲେ ଆଉ ଦିନ ରହୁଥିଲି ଓପାସ । ମାରପିଟ ମଧ୍ଯ କରୁଥିଲେ ରାପିଡ ସପୋର୍ଟ ଫୋର୍ସ। କିନ୍ତୁ ଭାରତୀୟ ବୋଲି ଜାଣିବା ପରେ ସେମାନଙ୍କ ବ୍ୟବହାରରେ ଦେଖା ଦେଇଥିଲା ପରିବର୍ତ୍ତନ । ସେମାନଙ୍କ ଭିତରୁ ମୋତେ ବହୁତ ସାହାଯ୍ୟ କରିଥିଲେ କିଛି ଭଲ ଲୋକେ ।
Jangyaseni Parida