ସେପ୍ଟେମ୍ବର ୧୭ରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା

ଓଡିଶାରେ ସେପ୍ଟେମ୍ବର ୧୭ ତାରିଖରେ ଆରମ୍ଭ ହେବ ସୁଭଦ୍ରା ଯୋଜନା । ଦିଲ୍ଲୀର ହଜଖାସ ମନ୍ଦିରରେ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧିତ କରି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ।ସେପ୍ଟେମ୍ବର ୧୭ ତାରିଖ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଆଉ ଏହି ଦିନ ପ୍ରଧାନମନ୍ତ୍ରୀ ଓଡିଶା ଆସି ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ । ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବେ ୫ ଲକ୍ଷ ମହିଳା ।ରାଜ୍ୟର ନବଗଠିତ ବିଜେପି ସରକାର ବହୁପ୍ରତୀକ୍ଷିତ ଯୋଜନା ହେଉଛି ସୁଭଦ୍ରା ଯୋଜନା । ନିର୍ବାଚନ ସମୟରେ ଏହାର ପ୍ରତିଶ୍ରୁତି ଦେଇଥିଲା ବିଜେପି ।ଏହି ଯୋଜନା ଅଧିନରେ ୨୩ରୁ ୫୯ ବର୍ଷର ମହିଳା ହିତାଧିକାରୀଙ୍କୁ ଦୁଇବର୍ଷ ପାଇଁ ମିଳିବ ୫୦ ହଜାର ଟଙ୍କାର ଭାଉଚର। ଯାହାକୁ ମହିଳାମାନେ ନିଜର ଇଚ୍ଛା ଓ ଆବଶ୍ୟକତା ଅନୁସାରେ କରିପାରିବେ ଖର୍ଚ୍ଚ ।
What's Your Reaction?






