ହାଥରସ ଅଘଟଣ, ମୃତ୍ୟୁ ସଂଖ୍ୟା ୧୨୧କୁ ବୃଦ୍ଧି

Jul 3, 2024 - 13:01
 0  2
ହାଥରସ ଅଘଟଣ, ମୃତ୍ୟୁ ସଂଖ୍ୟା ୧୨୧କୁ ବୃଦ୍ଧି

ସତସଙ୍ଗ ପାଲଟିଲା ଶ୍ମଶାନ ଭୁଁଇ।ଉତ୍ତରପ୍ରଦେଶ ହାଥରସ ରତିଭାନପୁରରେ ଧାର୍ମିକ ପ୍ରଚାରକ ଭୋଲେ ବାବାଙ୍କ ସତସଙ୍ଗ ଚାଲିଥିବା ବେଳେ,ଦଳାଚକଟାରେ ୧୨୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆହତ ହୋଇ ହାସପାତାଳରେ ଭର୍ତ୍ତି ହୋଇଛନ୍ତି ଶତାଧିକ ଲୋକ। ମୃତକଙ୍କ ମଧ୍ଯରେ ରହିଛନ୍ତି କେତେକ ଶିଶୁ ଓ ମହିଳା। ଏବେ ବି ଏଣେ ତେଣେ ପଡିଛି ମୃତଦେହ। ଏପରି ଅଘଟଣ ପରେ ଆରମ୍ଭ ହୋଇଛି ତଦନ୍ତ। ସେପଟେ ମୃତବ୍ଯକ୍ତିଙ୍କ ପରିବାରକୁ ୨ ଲକ୍ଷ ଓ ଆହତ ବ୍ଯକ୍ତିଙ୍କ ପରିବାରକୁ ୫୦ ହଜାର ଲେଖାଏ ଟଙ୍କା ସହାୟତା ରାଶି ଦେବା ଲାଗି ଦିଆଯାଇଛି ନିର୍ଦ୍ଦେଶ । 

 

What's Your Reaction?

like

dislike

love

funny

angry

sad

wow