ୟୁରୋପରୁ ୪୦ ହଜାର ସୈନ୍ୟ ହଟାଇବ ଆମେରିକା !

Sep 18, 2026 - 14:16
ୟୁରୋପରୁ ୪୦ ହଜାର ସୈନ୍ୟ ହଟାଇବ ଆମେରିକା !

ୟୁରୋପରେ ନିଜର ସାମରିକ ଉପସ୍ଥିତିକୁ ବ୍ୟାପକ ଭାବେ ହ୍ରାସ କରିବା ପାଇଁ ଆମେରିକା ପ୍ରତିରକ୍ଷା ବିଭାଗ ''ପେଣ୍ଟାଗନ୍'' ଏକ ଗୁରୁତ୍ୱପୂର୍ଣ୍ଣ ବିଚାର କରୁଛି । ପ୍ରସ୍ତାବିତ ନୀତି ଅନୁସାରେ ... 

ୟୁରୋପରେ ନିଜର ସାମରିକ ଉପସ୍ଥିତିକୁ ବ୍ୟାପକ ଭାବେ ହ୍ରାସ କରିବା ପାଇଁ ଆମେରିକା ପ୍ରତିରକ୍ଷା ବିଭାଗ ''ପେଣ୍ଟାଗନ୍'' ଏକ ଗୁରୁତ୍ୱପୂର୍ଣ୍ଣ ବିଚାର କରୁଛି। ପ୍ରସ୍ତାବିତ ନୀତି ଅନୁସାରେ, ୟୁରୋପରେ ମୁତୟନ ଥିବା ମୋଟ ୮୦,୦୦୦ ଆମେରିକୀୟ ସୈନ୍ୟଙ୍କ ମଧ୍ୟରୁ ପ୍ରାୟ ୨୫,୦୦୦ରୁ ୪୦,୦୦୦ ସୈନ୍ୟଙ୍କୁ (ପ୍ରାୟ ୫୦ ପ୍ରତିଶତ) ପ୍ରତ୍ୟାହାର କରାଯାଇପାରେ।

ଏହାସହ ସେଠାରେ ମୁତୟନ ଥିବା ଯୁଦ୍ଧବିମାନ, ନୌସେନା ସମ୍ପଦ ଏବଂ ଅନ୍ୟାନ୍ୟ ସାମରିକ ସରଞ୍ଜାମ ମଧ୍ୟ ହ୍ରାସ କରାଯିବାର ସମ୍ଭାବନା ରହିଛି। ୧୯୯୦ ଦଶକର ଶୀତଳ ଯୁଦ୍ଧ ପରଠାରୁ ୟୁରୋପୀୟ ମହାଦେଶରେ ଆମେରିକାର ଏହା ସବୁଠାରୁ ବଡ଼ ସାମରିକ ପ୍ରତ୍ୟାହାର ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ''ଆମେରିକା ଫାଷ୍ଟ'' ନୀତି ଏବଂ ନାଟୋ ସହଯୋଗୀ ଦେଶଗୁଡ଼ିକ ନିଜର ସୁରକ୍ଷା ଦାୟିତ୍ୱ ନିଜେ ବହନ କରନ୍ତୁ ବୋଲି ବାରମ୍ବାର ଦାବି କରିବା ପରେ ଏହି ସାମରିକ ସମୀକ୍ଷା ଆରମ୍ଭ ହୋଇଛି।

ୟୁରୋପରେ ଆମେରିକାର ସର୍ବୋଚ୍ଚ ସାମରିକ କମାଣ୍ଡର ଜେନେରାଲ୍ ଆଲେକ୍ସସ୍ ଗ୍ରିନକେବିଚ୍ ଏହି ସମୀକ୍ଷା ରିପୋର୍ଟ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥଙ୍କୁ ପ୍ରଦାନ କରିବେ ଏବଂ ନଭେମ୍ବର ୬ ସୁଦ୍ଧା ଅନ୍ତିମ ସୁପାରିଶ ରାଷ୍ଟ୍ରପତି ଟ୍ରମ୍ପଙ୍କ ନିକଟରେ ପ୍ରଦାନ କରାଯିବ ।  ଏହି ନିଷ୍ପତ୍ତି ଦ୍ୱାରା ଜର୍ମାନୀ (ଯେଉଁଠାରେ ୩୬,୦୦୦ ସୈନ୍ୟ ଅଛନ୍ତି), ଇଟାଲୀ ଏବଂ ସ୍ପେନ୍ ସବୁଠାରୁ ଅଧିକ ପ୍ରଭାବିତ ହେବେ। ୟୁକ୍ରେନ୍-ଋଷ ଯୁଦ୍ଧ ଜାରି ଥିବା ସମୟରେ ଆମେରିକାର ଏପରି ଆଭିମୁଖ୍ୟ ନାଟୋ ସହଯୋଗୀ ଦେଶଗୁଡ଼ିକର ଚିନ୍ତା ବୃଦ୍ଧି କରିଛି । ତେବେ ୟୁରୋପୀୟ ଦେଶଗୁଡ଼ିକ ନିଜର ସାମରିକ ଶକ୍ତି ବୃଦ୍ଧି ନକରିବା ଏବଂ ଚୀନ୍, ଇରାନ୍ ଆଦି ଆଞ୍ଚଳିକ ସୁରକ୍ଷା ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିବା ପାଇଁ ଆମେରିକା ଏହି ପଦକ୍ଷେପ ନେଉଥିବା ଜଣାପଡ଼ିଛି । 

What's Your Reaction?

like

dislike

love

funny

angry

sad

wow