ଆତଙ୍କୀଙ୍କ ଗୁଳିରେ  ସହିଦ ହେଲେ ୨ ଯବାନ

Sep 14, 2024 - 13:34
 0  5
ଆତଙ୍କୀଙ୍କ ଗୁଳିରେ  ସହିଦ ହେଲେ ୨ ଯବାନ

ଆତଙ୍କୀଙ୍କ ଗୁଳିରେ  ସହିଦ ହେଲେ ୨ ଯବାନ। ଜମ୍ମୁ କାଶ୍ମୀରର କିସ୍ତଓ୍ବାର ଜିଲ୍ଲାରେ ଘଟିଛି ଏହି ଦୁଃଖଦ ଘଟଣା। ଗୁଳି ବିନିମୟ ବେଳେ ୨ ଜଣ ଯବାନ ଆହତ ହୋଇଥିବା ବେଳେ ଅନ୍ୟ ୨ ଜଣ ହୋଇଛନ୍ତି ସହିଦ । ଜାରି ରହିଛି ଆହତଙ୍କ ଚିକିତ୍ସା । ସୂଚନା ଅନୁସାରେ, ଗତକାଲି ଜମ୍ମୁ କାଶ୍ମୀରର କିସ୍ତଓ୍ବାର  ଚତରୁରେ  ଜୈସ୍- ଇ-ମହମ୍ମଦ ର ୩ ଆତଙ୍କୀ ଥିବା ନେଇ ସେନାକୁ ମିଳିଥିଲା ଖବର । ଘଟଣାସ୍ଥଳରେ ସୁରକ୍ଷାବଳ ପହଞ୍ଚି ଆରମ୍ଭ କରିଥିଲା ଅପରେସନ୍। ଆତଙ୍କବାଦୀ ଓ  ସୁରକ୍ଷାବଳଙ୍କ ମଧ୍ୟରେ ହୋଇଥିଲା ଗୁଳିବିନିମୟ। ସେପଟେ, କାଠୁଆରେ ଅନ୍ୟ ଏକ ଏନକାଉଣ୍ଟରରେ ସେନା ପକ୍ଷରୁ ୨ ଆତଙ୍କୀଙ୍କୁ କରାଯାଇଛି ନିପାତ ।  

What's Your Reaction?

like

dislike

love

funny

angry

sad

wow