ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବର୍ଜନ କରିବ ବିଜେଡି, ଆଗରୁ କଂଗ୍ରେସ ନେଇଥିଲା ସମାନ ନିଷ୍ପତ୍ତି

Nov 16, 2026 - 15:28
ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବର୍ଜନ କରିବ ବିଜେଡି, ଆଗରୁ କଂଗ୍ରେସ ନେଇଥିଲା ସମାନ ନିଷ୍ପତ୍ତି

ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବିଜେଡି ବୟକଟ୍ କରିଥିବା ଜଣାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ବିଜେଡି ବିଧାୟକ। 

ଉପରାଷ୍ଟ୍ରପତିସିପି ରାଧାକ୍ରିଷ୍ଣନଙ୍କ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବିଜେଡି ବର୍ଜନ କରିଥିବା ଜଣାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ  ବିଜେଡି ବିଧାୟକ। ଏନେଇ ଦଳ ପକ୍ଷରୁ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଂଗ୍ରେସ ଦଳର ବିଧାୟକମାନେ ଏହାକୁ ବର୍ଜନ କରିବେ ବୋଲି ଆଗରୁ ପିସିସି ସଭାପତି ଭକ୍ତଚରଣ ଦାସ ଘୋଷଣା କରିସାରିଛନ୍ତି। ବିଜେଡି ମଧ୍ୟ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିବ ବୋଲି ନିଷ୍ପତ୍ତି ନେଇଛି। ତେଣୁ ତାଲିମ କାର୍ଯ୍ୟକ୍ରମରେ କେବଳ ବିଜେପି ବିଧାୟକମାନେ ସାମିଲ ହେବେ। ଏହି କାର୍ଯ୍ୟକ୍ରମକୁ ଗଣମାଧ୍ୟମକୁ ଅନୁମତି ମିଳିନାହିଁ। ତାଲିମ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସଭାରେ ଉପରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ବ୍ରଜ ମୋହନ ରାମ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ I

ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟରେ ଆଇକନିକ୍ ଟାୱାରର ଉଦ୍‌ଘାଟନ କରିବେ

ଆଜି ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ସେ ସକାଳେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ପରେ ଲୋକଭବନ ଯିବେ। ମେ’ ଫେୟାର ସାଙ୍କ୍‌ଚୁଆରି କନ୍‌ଭେନସନ୍ ହଲରେ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉପରାଷ୍ଟ୍ରପତି ଉଦ୍‌ଘାଟନ କରିବେ। ଏହା ପରେ ସେ କଟକସ୍ଥିତ ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟରେ ଆଇକନିକ୍ ଟାୱାରର ଉଦ୍‌ଘାଟନ କରିବେ। ଅପରାହ୍ଣରେ ଉପରାଷ୍ଟ୍ରପତି ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଉପରାଷ୍ଟ୍ରପତିଙ୍କ ଗସ୍ତକୁ ସଫଳ କରିବା ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। କମିସନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଟୁଇନ୍‌ ସିଟିରେ ପୁଲିସ୍ ଛାଉଣୀ ଦେଖିବାକୁ ମିଳୁଛି। 

What's Your Reaction?

like

dislike

love

funny

angry

sad

wow